ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ରାଜନାଥ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବର ସୁରକ୍ଷା ପରିସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ବିଶ୍ବ ଧୀରେ ଧୀରେ ଏକ ବଡ଼ ଯୁଦ୍ଧ ଆଡ଼କୁ ଟାଣିହୋଇଯାଉଛି। ଏ ପରିପ୍ରେକ୍ଷୀରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାକୁ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଯେକୌଣସି ପ୍ରକାରର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ସେନାକୁ ସେ ପରାମର୍ଶ ଦେଇଛନ୍ତି। ଏଠାରେ ଅନୁଷ୍ଠିତ ଦ୍ବିବାର୍ଷିକ ସେନା କମାଣ୍ଡର ସମ୍ମିଳନୀକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ ଭବିଷ୍ୟତରେ ଭାରତ ଅଣପାରମ୍ପରିକ ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ। ତାହାର ମୁକାବିଲା ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ତେବେ ଭାରତୀୟ ସେନାର ପ୍ରସ୍ତୁତିକୁ ନେଇ ସେ ସେନାକୁ ଅଭିନନ୍ଦନ ଜଣାଇଥିଲେ। ଗତ ଫେବୃଆରୀ ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏବେ ଏହି ଯୁଦ୍ଧ ୫୭ତମ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ ଯୋଗୁଁ ଆମେରିକା ଓ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଠୋର ଆର୍ଥିକ କଟକଣା ଲଗାଇଛନ୍ତି। ଦିନକୁ ଦିନ ଯୁଦ୍ଧ ଅଧିକ ଭୀଷଣ ହେବା ସହ ତାହା ସମଗ୍ର ବିଶ୍ବକୁ ଦୁଇଟି ଶିବିରରେ ବିଭକ୍ତ କରିଦେଇଛି।

Share Now:

Kalinga News Beuro

Next Post

ରିଲାଏନ୍ସ ରିଟେଲ୍ ଖୋଲିବ “ସ୍ୱଦେଶ’’ ଷ୍ଟୋର

Thu Apr 21 , 2022
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ। ଏହା ଦ୍ୱାରା ହଜାର ହଜାର କାରିଗରଙ୍କୁ ସ୍ଥାୟୀ ଜୀବିକା ମିଳିବା ସହିତ ଏହା ଭାରତୀୟ କଳାକୁ ସାରା ଦୁନିଆର […]
ରିଲାଏନ୍ସ ରିଟେଲ୍ ଖୋଲିବ “ସ୍ୱଦେଶ’’ ଷ୍ଟୋର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial