ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁରେ ରବିବାର ରାଷ୍ଟ୍ରୀୟ ଶୋକ ପାଳନ କରିବା ଭାରତ

ରାଣୀ ଏଲିଜାବେଥ ଦ୍ବିତୀୟ

ନୂଆଦିଲ୍ଲୀ : ବ୍ରିଟିଶ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକରେ କେବଳ ଇଂଲଣ୍ଡ ନୁହେଁ, ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସମ୍ମାନରେ ଆସନ୍ତା ସେପ୍ଟେମ୍ବର ୧୧ ରବିବାର ଦିନ ଭାରତ ସରକାର ଏକ ଦିନକିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୧୧ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ। କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ରାତିରେ ରାଣୀଙ୍କ ପରଲୋକ ପରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଶୋକ ପ୍ରକଟ କରିଥିଲେ। ନିଜ ଟୁଇଟରେ ମୋଦୀ ଲେଖିଥିଲେ, “ନିଜ ଦେଶ ଓ ଲୋକମାନଙ୍କ ପାଇଁ ସେ ଅନୁକରଣୀୟ ନେତୃତ୍ବ ପ୍ରଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ତାଙ୍କ ପରିବାର ଓ ବ୍ରିଟିଶ ଲୋକଙ୍କ ପ୍ରତି ମୋର ସମବେଦନା” ସୂଚନାଯୋଗ୍ୟ ଯେ, ରାଣୀ ଏଲିଜାବେଥ ପ୍ରଥମ ବ୍ରିଟିଶ ଶାସନମୁଖ୍ୟ ଯିଏ କି ଭାରତର ସ୍ବାଧୀନତା ପରେ ଶାସନଭାର ଗ୍ରହଣ କରିଥିଲେ। ୧୯୫୨ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ନିଜର ଶାସନକାଳ ମଧ୍ୟରେ ସେ ୩ ଥର ଭାରତ ଗସ୍ତରେ ଆସିଥିଲେ। ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତିକୁ ସେ ଭଲ ପାଉଥିଲେ।

Share Now:

Kalinga News Beuro

Next Post

ପ୍ରିନ୍ସ ଚାର୍ଲ୍ସ ହେଲେ କିଙ୍ଗ ଚାର୍ଲ୍ସ : ବିନା ପାସପୋର୍ଟରେ ଯାତ୍ରା କରିପାରିବେ କିଙ୍ଗ ଚାର୍ଲ୍ସ

Fri Sep 9 , 2022
ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ୍ (ଦ୍ବିତୀୟ)ଙ୍କର ମୃତ୍ୟୁ ପରେ ତାଙ୍କ ବଡ଼ପୁଅ ପ୍ରିନ୍ସ ଚାର୍ଲ୍ସଙ୍କୁ ନୂତନ ରାଜା ଘୋଷଣା କରାଯାଇଛି। ବ୍ରିଟେନର ନୂତନ ରାଜା ଏପରି ସ୍ୱତନ୍ତ୍ର ରାଜକୀୟ ସୁବିଧା ସୁଯୋଗ ପାଇବେ ଯାହା ଦୁନିଆରେ ଆଉ କେହି ବି ହେଲେ ପାଇନାହାନ୍ତି। ଯେପରିକି ବ୍ରିଟେନର ରାଜା ବିନା ପାସପୋର୍ଟରେ ଯାତ୍ରା କରିବା ସହ ବିନା ଲାଇସେନ୍ସରେ ମଧ୍ୟ ଡ୍ରାଇଭ୍ କରିପାରିବେ। ଆହୁରି ଅନେକ ସ୍ୱତନ୍ତ୍ର ସୁବିଧା ମଧ୍ୟ ବ୍ରିଟେନର […]
କିଙ୍ଗ ଚାର୍ଲ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial