ଗୋଡ଼ରେ ତୀର ମାରି ସ୍ଵର୍ଣ୍ଣ ଜିତିଥିବା ମହିଳା ଖେଳାଳିଙ୍କୁ ଆନନ୍ଦଙ୍କ ଅନୁରୋଧ-‘ଆପଣଙ୍କ ଇଚ୍ଛା ଅନୁଯାୟୀ କାର ବାଛି ନିଅନ୍ତୁ’

ଆପଣଙ୍କ ଇଚ୍ଛା ଅନୁଯାୟୀ କାର ବାଛି ନିଅନ୍ତୁ

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ନିଜର ‌ସୋସିଆଲ ମିଡିଆରେ ଅନେକ ପ୍ରେରଣାଦାୟକ ଓ ହୃଦୟସ୍ପର୍ଶୀ ଭିଡିଓ ପୋଷ୍ଟ କରିଥାଆନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ଖେଳ ପ୍ରତି ଖୁବ ରୁଚି ରହିଛି। ସେ କ୍ରିକେଟ ହେଉ କିମ୍ବା ଅନ୍ୟଖେଳ ସବୁ ଖେଳକୁ ସେ ଦେଖିବାକୁ ଓ ଖେଳିବାକୁ ଭଲ ପାଆନ୍ତି। ନିକଟରେ ସେ କରିଥିବା ପୋଷ୍ଟ ବି ଜଣେ ମହିଳା ଖେଳାଳିଙ୍କୁ ନେଇ ରହିଛି। ଉକ୍ତ ମହିଳା ଖେଳାଳିଙ୍କ ନାମ ଶୀତଲ ଦେବୀ। ଯିଏକି ବିନା ହାତରେ ଜଣେ ତୀରନ୍ଦାଜ ଯେ ସଫଳତାର ଅପୂର୍ବ ଗୌରବ ଆଣିପାରେ ତାହାକୁ ପ୍ରମାଣିତ ଦେଖାଇଛନ୍ତି। ଚଳିତ ଏସୀୟ ପାରା କ୍ରୀଡ଼ାରେ ଇତିହାସ ରଚିଛନ୍ତି ଶୀତଲ। ଜନ୍ମରୁ ହାତ ନଥିବା ଏହି ୧୬ ବର୍ଷୀୟା ଯୁବତୀ ଶୀତଲ ଗୋଟିଏ ଏସୀୟ ପାରା କ୍ରୀଡ଼ା ସଂସ୍କରଣରେ ଦୁଇଟି ସ୍ଵର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ପାଇଛନ୍ତି। ଖାଲି ଏତିକି ନୁହେଁ ଏହି ପ୍ରତିଯୋଗିତାରେ ସେ ହ୍ୟାଟ୍ରିକ ପଦକ ଜିତିବାର ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି।
ଶୀତଲଙ୍କ ଏହି ସଫଳତା ପରେ ଆନନ୍ଦ ମହିନ୍ଦ୍ରା ତୀରନ୍ଦାଜ ଶୀତଲ ଦେବୀଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଏଣିକି ମୁଁ ମୋର ଜୀବନରେ ଆସୁଥିବା ଛୋଟରୁ ଛୋଟ ସମସ୍ୟାକୁ ନେଇ ଅଭିଯୋଗ କରିବି ନାହିଁ। ଶୀତଲ ଦେବୀ ତୁମେ ଆମ ସମସ୍ତଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ। ଦୟାକରି ଶୀତଲ ଦେବୀ ଆମର ସାମର୍ଥ ଅନୁସାରେ ଆପଣଙ୍କ ଇଚ୍ଛା ଯେଉଁ କାର ହେଉଛି ତାହାକୁ ବାଛି ନିଅନ୍ତୁ। ତାହାକୁ ଆପଣଙ୍କ ବ୍ୟବହାର ଉପଯୋଗୀ କରି ଆମେ ଆପଣଙ୍କୁ ଉପହାର ଦେବାକୁ ଚାହୁଁଛୁ।’

Share Now:

Kalinga News Beuro

Next Post

ଜାନୁଆରି ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ : ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

Sun Oct 29 , 2023
ଭୁବନେଶ୍ୱର: ନୂଆବର୍ଷରେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ପୂର୍ବରୁ ଏହାର ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍। ସେ କଟକ ତ୍ରିଶୂଳିଆ ଛକରେ ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ସମୟରେ ବିଭିନ୍ନ ବିଭାଗ ଏବଂ ଏଜେନ୍ସି ଦ୍ୱାରା ଅଗ୍ରଗତି ନେଇ ପ୍ରସ୍ତୁତି କାର୍ଯ୍ୟ ଠିକ୍ ସମୟରେ ଶେଷ […]
ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial