ରଥଯାତ୍ରା ପୂର୍ବରୁ ବ୍ରହ୍ମପୁରରୁ ଭଦ୍ରକକୁ ଗଡ଼ିବ ‘ମେମୁ ଟ୍ରେନ୍‌’

ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ପୂର୍ବତଟ ରେଳପଥରେ ଚାଲିବ ‘ମେମୁ ଟ୍ରେନ୍’। ବ୍ରହ୍ମପୁର ଓ ଭଦ୍ରକ ମଧ୍ୟରେ ଏହି ଟ୍ରେନ୍ ଚାଲିବ। ମେମୁ ଟ୍ରେନ(Mainline Engine Multiple Unit) ଉଭୟ ପଟେ ଇଞ୍ଜିନ୍ ରହିଛି। ତେଣୁ ଇଞ୍ଜିନ୍ ବଦଳାଇବାକୁ ପଡିନଥାଏ ଓ ଦ୍ରୁତ ଗତିରେ ଚାଲିଥାଏ । ପୂର୍ବତଟ ରେଳବାଇ ଜିଏମ୍ ଉମେଶ ସିଂହ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି-“ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ କରାଯିବ। ଏଥିପାଇଁ ୭୦ କୋଟି ଖର୍ଚ୍ଚ ହେବ। ସେହିଭଳି ଦୁର୍ଗମ ଅଞ୍ଚଳରେ ଥିବା ସମସ୍ତ ଷ୍ଟେସନରେ WIFI ସୁବିଧା ଯୋଗାଇ ଦିଆଯିବ। ଚଳିତ ବର୍ଷ ପୂର୍ବତଟ ରେଳପଥକୁ ୭ ହଜାର କୋଟି ଟଙ୍କା ମିଳିଥିଲା।”

ସେ ଆହୁରି କହିଛନ୍ତି-“ଗତବର୍ଷ ପୂର୍ବତଟକୁ ୫୨୦୦ କୋଟି ମିଳିଥିଲା। ସେଥିରୁ ୩୩ ଶହ କୋଟି ଖର୍ଚ୍ଚ ହୋଇଥିଲା। ସେହିଭଳି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ମଧ୍ୟରେ ଥିବା ମହିପୁର ନୂଆଗାଁ ୪ କିଲୋମିଟର ରେଳପଥ ଜଙ୍ଗଲ ପଡୁଥିବାରୁ ନିର୍ମାଣରେ ବିଳମ୍ବ ହେଉଛି।”

Share Now:

Kalinga News Beuro

Leave a Reply

Next Post

ସରକାରଙ୍କ ନିୟମ ପାଣିର ଗାର:ଡହ ଡହ ଖରାରେ ଖଟୁଛନ୍ତି ଶ୍ରମିକ

Sat Apr 21 , 2018
ଭୁବନେଶ୍ୱର: ରାଜଧାନୀର ତାପମାତ୍ରା ୪୨ ଡିଗ୍ରି ଟପିଲାଣି। ଅଧିକାଂଶ ଦିନ ରାଜ୍ୟର ଉତ୍ତପ୍ତ ସହର ପାଲଟୁଛି। ସୂର୍ଯ୍ୟଙ୍କ ପ୍ରକୋପ ଏପରି ଯେ ଖରାରେ କାମ କରିବା ତ ଦୂରର କଥା, ବାହାରକୁ ବାହାରିବା ବି କଷ୍ଟକର। କିନ୍ତୁ ଏହି ଡହ ଡହ ଖରାରେ ଶ୍ରମିକ ଖଟୁଛନ୍ତି। ପ୍ରଚଣ୍ଡ ଖରାରେ ଅଂଶୁଘାତ ହେବାର ଆଶଙ୍କା ଥିବାରୁ ଶ୍ରମିକଙ୍କ କାମ କରିବା ଉପରେ ସରକାର କଟକଣା ଜାରି କରିଛନ୍ତି। ସେମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial