ପେଟାନାଳରେ ପଶି ବିଧାୟକ ମୋକିମ୍‌ଙ୍କ ନିଆରା ପ୍ରତିବାଦ

ମୋକିମ୍‌ଙ୍କ ନିଆରା ପ୍ରତିବାଦ

କଟକ: ସିଡିଏ ଦେଇ ଯାଇଥିବା ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରାଯାଉଥିବାରୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ ଆଜି ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି। ନିଜେ ପେଟାନାଳର ଆବର୍ଜନାପୂର୍ଣ୍ଣ ପାଣିରେ ଠିଆହୋଇ ପ୍ରତିବାଦ ଜଣାଇବା ସହ ତୁରନ୍ତ ଏହି କାର୍ଯ୍ୟ ଆରମ୍ଭ କରା ନଗଲେ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି। ବିଧାୟକ ଶ୍ରୀ ମୋକିମ୍‌ ଅଭିଯୋଗ କରିଛନ୍ତି ଯେ, ୧୯୮୦ ମସିହାରେ କଂଗ୍ରେସ ସରକାର ସମୟରେ ମର୍କତନଗର ସୃଷ୍ଟି ହୋଇଥିଲା। ପରବର୍ତ୍ତା ସମୟରେ ଏହା ମଧ୍ୟ ଦେଇ ଯାଇଥିବା ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ କଂଗ୍ରେସ ଦଳ ବହୁବାର ଆନ୍ଦୋଳନ ଓ ଦାବି କରି ଆସିଛି। ହେଲେ, ଗତ ୨୨ବର୍ଷ ଧରି ଶାସନରେ ରହି ଆସିଥିବା ପ୍ରଥମେ ବିଜେଡି-ବିଜେପି ଓ ବର୍ତ୍ତମାନର ବିଜେଡି ସରକାର ଏଥିପ୍ରତି କେବେ ଧ୍ୟାନ ଦେଇ ନାହାନ୍ତି। ୨୦୧୯ରେ ସିଡିଏବାସୀଙ୍କୁ ପେଟାନାଳର ପୁନରୁଦ୍ଧାର ପାଇଁ ମୁଁ ପ୍ରତିଶୃତି ଦେଇଥିଲି। ବିଧାନସଭାରେ ଏଥିପାଇଁ ଦାବି କରି ସଫଳତା ବି ପାଇଛି। ଏହାର ସର୍ଭେ ଓ ବ୍ୟୟ ଅଟକଳ କରାଯାଇ ୩୬କୋଟି ଟଙ୍କା ମଞ୍ଜୁର କରାଯାଇଥିଲେ ବି ଜାଣିଶୁଣି କାମରେ ବିଳମ୍ବ କରାଯାଉଛି।
ଏସ୍‌ସିବି ସମ୍ପ୍ରସାରଣ ପାଇଁ ତାଳଦଣ୍ଡା କେନାଲ୍‌କୁ ଯେତିକି ଗୁରୁତ୍ବ ଦିଆଯାଉଛି ପେଟାନାଳ ପାଇଁ ତାର କାଣିଚାଏ ବି ଉଦ୍ୟମ କରାଯାଉନି। ତୁରନ୍ତ ପେଟାନାଳ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରା ନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଜିର ପ୍ରତିବାଦ ଆନ୍ଦୋଳନରେ ବିଧାୟକ ମୋକିମ୍‌ଙ୍କ ସହ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା, ‌ଶୈଳବାଳା ଜେନା, ନିକୁଞ୍ଜ ପଶାୟତ, ବିଶ୍ବଜିତ ଦାସ, ନିତ୍ୟାନନ୍ଦ ରାଉତରାୟ, କିଶୋର କୁମାର କର, ସନ୍ତୋଷ ଲେଙ୍କା, ଟୁକୁନା ସେନାପତି, ବାବାଜୀ ପଟ୍ଟନାୟକ, ଗିରିଜା ପଟ୍ଟନାୟକ, ରମେଶ ବେହେରା, ବାସୁଦେବ ମିଶ୍ର, ଦେବେନ୍ଦ୍ର ସୂତାର, ଚିତ୍ତ ପରିଡ଼ା, ପ୍ରଦୋଷ ଦାସ, ସୁବାଶିଷ ମିଶ୍ର, ଗୌତମ ପଣ୍ଡା, ସତ୍ୟାନନ୍ଦ ଦାସ, ଗଙ୍ଗାଧର ସ୍ବାଇଁ, ରଜନୀବଲ୍ଲଭ ଦାସ, ଉମେଶ ମିଶ୍ର, ଶ୍ୟାମସୁନ୍ଦର ବେହେରା, ନିରଞ୍ଜନ ବଳ, ଜଗନ୍ନାଥ ବେହେରା, ପ୍ରକାଶ ନାୟକ, ବିଜୟ ମହାନ୍ତି, ପ୍ରଶାନ୍ତ ତପଚାରୀ, ସନ୍ତୋଷ କୁମାର ଭୋଳ, ସୁବାଶିଷ ପଟ୍ଟନାୟକ, ଆର୍ଯ୍ୟବୀର ଲେଙ୍କା, ମହମ୍ମଦ ଅଲିମ୍‌, ବିକି ଚକ୍ରବର୍ତ୍ତୀ, କମଳ ଅଗ୍ରୱାଲ, ସତ୍ୟଶ୍ରୀ ବେହେରା, ଶରତ ଚନ୍ଦ୍ର ସେଠୀ, ଅଜୟ ଗୋଚ୍ଛାୟତ, ସୁରଜିତ ସାହୁ, ସେକ୍‌ ବାବାଜାନୀ, ସେକ୍‌ ଗୁଲାମ୍‌ ମୋହିଉଦ୍ଦିନ୍‌, ସୋନୁ ସ୍ବାଇଁ, ଦିଲ୍ଲୀପ ମହାନ୍ତି, ଅବଦୁଲ୍‌ ମୋକି, ଧୃବଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଭୁବନେଶ୍ବରକୁ ଫେରିଲା କରୋନା କଟକଣା : ମାସ୍କ ପିନ୍ଧିବା ବାଧ୍ୟତା ମୂଳକ

Fri Jul 1 , 2022
ବଢ଼ିଲା ଶଯ୍ୟା ସଂଖ୍ୟା, ବଢ଼ିବ ନମୁନା ପରୀକ୍ଷା,କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ବିଏମ୍‌ସି ଭୁବନେଶ୍ୱର : ଭୁବନେଶ୍ବରକୁ ଫେରିଛି କରୋନା କଟକଣା। ସମସ୍ତେ ମାସ୍କ ପିନ୍ଧିବେ। ସାମାଜିକ ଦୂରତା ବି ରକ୍ଷା କରିବେ। ଏଭଳି କଟକଣାକୁ କଡ଼ାକଡ଼ି କରିଛି ବିଏମ୍‌ସି। ବେଶ୍‌ କିଛି ଦିନ ଫୁଙ୍ଗୁଳା ବୁଲିବା ପରେ ଏବେ ରାଜଧାନୀବାସୀ ପୁଣି କରୋନା କଟକଣାରେ ରୁନ୍ଧି ହେବାକୁ ଯାଉଛନ୍ତି। ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି ହେବା ପରେ ବେଶି ଭୟଭୀତ ହୋଇଛନ୍ତି […]
ଭୁବନେଶ୍ବରକୁ ଫେରିଲା କରୋନା କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial