ଆରୁହା ବଜାର ସହିତ ୬ଟି ୱାର୍ଡ ୩ଦିନପାଇଁ ସଟଡାଉନ ଘୋଷଣା : ସିଂଦୋଳ ସରପଞ୍ଚ

Sindol panchayat

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସିଂଦୋଳ ପଞ୍ଚାୟତ ଅଧୀନ ଆରୁହା ବଜାର ସମେତ ୬ଗୋଟି ୱାର୍ଡକୁ ସରପଞ୍ଚ ଜଲ୍ଲାପାଳ କ୍ଷମତା ବଳରେ ୩ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସରପଞ୍ଚ ବୈକୁଣ୍ଠନାଥ ପାଣି ଏ ସମ୍ପର୍କରେ ଜିଲ୍ଲାପାଳ ,ଏସପି,ଉପଜିଲ୍ଲାପାଳ ,ତହସିଲଦାର,ବିଡ଼ିଓ ,ଚାନ୍ଦବାଲି ଏସଡ଼ିପିଓ ଏବଂ ତିହିଡି ଥାନା ଅଧିକାରୀଙ୍କୁ ଜଣାଇଛନ୍ତି। ଭଦ୍ରକ ସହରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ପରେ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ସିଂଦୋଳ ପଞ୍ଚାୟତର ୧୬ ନମ୍ବର ୱାର୍ଡ ସଂଲଗ୍ନ ଭଦ୍ରକ-ଚାନ୍ଦବାଲି ରାସ୍ତା ପାର୍ଶ୍ୱରେ ଭଡାନେଇ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବାପରେ ତାଙ୍କୁ କୋଭିଡ ଡାକ୍ତରଖାନାକୁ ନିଆଯାଇଥିଲା। ଏହାପରେ ସରପଞ୍ଚ ବୈକୁଣ୍ଠ ପାଣି ସମିତି ସଭ୍ୟ ପ୍ରତିନିଧି ଅନିରୁଦ୍ଧ ବାରିକ ଓ ଅନ୍ୟ ପଞ୍ଚାୟତବାସୀଙ୍କ ସହଯୋଗରେ ଆରୁହା ବଜାର ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଓ ୪,୫,୬,୭,୧୫ ଏବଂ ୧୬ ନମ୍ବର ୱାର୍ଡକୁ ୨୫ ତାରିଖ ସନ୍ଧ୍ୟା ଠାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ଏହି ସଟଡାଉନ ସମୟରେ ସାମାଜିକ ଦୂରତା ରକ୍ଷା କରିବା ,ମାସ୍କ ପିନ୍ଧିବା ,ଗୋଟିଏ ସ୍ଥାନରେ ଏକାଧିକ ଲୋକ ରୁଣ୍ଡ ନହେବା ଇତ୍ୟାଦି କୋଭିଡ ନିୟମ ପାଳନ କରିବାକୁ ସରପଞ୍ଚ ଶ୍ରୀ ପାଣି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଭୁଟାନକୁ ଅସ୍ତ୍ର କରିବା ଚୀନ୍‌ ପାଇଁ ବୁମେରାଂ ପାଲଟିଲା

Mon Jul 27 , 2020
ନୂଆଦିଲ୍ଲୀ : ଭାରତକୁ ବିବାଦ ଘେରକୁ ଟାଣିବା ଲାଗି ଚୀନୀ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଭୁଟାନ ସହ ବଢ଼ାଇବାକୁ ଚାହିଥିବା ସୀମାବିବାଦ ଏବେ ବୁମେରାଂ ପାଲଟିଛି। ବରଂ ଏହାଦ୍ବାରା ଭୁଟାନ୍‌ ଭାରତର ଅଧିକ ନିକଟତର ହୋଇଥିବା ଚର୍ଚ୍ଚା ହେଉଛି। ୨୦୧୭ ମସିହା ଡୋକଲାମ୍‌ଠାରେ ଚୀନ୍‌ ଓ ଭାରତ ସେନା ମଧ୍ୟରେ ସଂଘଟିତ ମୁହାଁମୁହିଁ ପରିସ୍ଥିତି ସହ ଅଯଥାରେ ଜଡ଼ିତ ହୋଇଥିବା ଭୁଟାନ୍‌ ଏଥର ଚୀନ୍‌ ଚାଲ୍‌ରେ ଛଳି ନଯାଇ ନୂଆଦିଲ୍ଲୀ […]
ଭୁଟାନକୁ ଅସ୍ତ୍ର କରିବା ଚୀନ୍‌ ପାଇଁ ବୁମେରାଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial