ଜଳେଶ୍ଵରରୁ ଅଢ଼େଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ: ଦୁଇ ମହିଳାଙ୍କ ସମେତ ୩ ଅଟକ

ବ୍ରାଉନସୁଗାର-1

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା।

ଏଠାରୁ ଜବତ ୨.୪୦୦ କିଲୋଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ବଜାର ଦର ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହେବ ବୋଲି କୁହାଯାଉଛି। ଘଟଣାରେ ଦୁଇ ମହିଳାଙ୍କ ସମେତ ୩ ଜଣକୁ ପୁଲିସ ଅଟକ ରଖି ଜେରା କରୁଛି। ଅଟକ ଯୁବକ ଜଣକ ହେଲେ ମୁକତାର ଅଲ୍ଲୀ ଖାଁ ଏବଂ ଦୁଇ ମହିଳା ହେଲେ ମୁକତାରଙ୍କ ସ୍ତ୍ରୀ ଓ ଶାଶୁ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗାର ବେପାର ପୁଲିସ ଏବଂ ଅବକାରୀ ବିଭାଗର ମୁଣ୍ଡବିନ୍ଧାର କାରଣ ସାଜିଛି।

Share Now:

Kalinga News Beuro

Next Post

ସ୍ମାର୍ଟ ଜନପଥ ଭେଳିକି : ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ଯାଏ ରାସ୍ତାସାରା ଖାଲ

Tue Oct 19 , 2021
ଭୁବନେଶ୍ବର: ସ୍ମାର୍ଟ ସିଟି ଘୋଷଣା ହେବା ପରେ ରାଜଧାନୀବାସୀ ବହୁ ସ୍ବପ୍ନ ଦେଖିଥିଲେ। ରାଜରାସ୍ତାରେ ଖାଲଖମା ରହିବନି ଓ ରାସ୍ତା ସବୁ ଚକାଚକ୍‌ ହେବ। ଏମିତି ଅନେକ ଗୋଲାପୀ ଚିତ୍ର ଆଙ୍କି ହୋଇଯାଇଥିଲା ରାଜଧାନୀବାସୀଙ୍କ ମନରେ। ହେଲେ ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳୁଛି। ରାଜଧାନୀର ରାଜରାସ୍ତା ଅବସ୍ଥା କୌଣସି ଅଗ୍ୟମ ଗାଁ ରାସ୍ତାଠାରୁ ବି ଭଲ ନୁହେଁ। ଖୋଦ୍‌ ସ୍ମାର୍ଟ ଜନପଥର ଚିତ୍ର ଗାଁ ରାସ୍ତା ଭଳି ଖାଲଖମାରେ […]
ସ୍ମାର୍ଟ ଜନପଥ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial