ଆଉ ଏକ ଡ୍ରାମା : ଆତ୍ମହତ୍ୟା ଉଦ୍ୟମ କ‌ଲେ ମାନବପ୍ରେମୀ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ

Bidyashree Attempt for Suicide

ଫେସ୍‌ବୁକ୍‌ ଲାଇଭ୍‌ କରି ନିଦ ବଟିକା‌ ଖାଇଲେ

ଭୁବନେଶ୍ବର: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ତଦନ୍ତରୁ ମିଳିପାରି ନ ଥିଲେ ବି ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଆଦିତ୍ୟଙ୍କ କେତେକ ସମର୍ଥକ ଦୋଷୀ ବୋଲି ଅପପ୍ରଚାର କରି ଆସୁଛନ୍ତି। ଦୀର୍ଘ ଦିନ ହେବ ବିଦ୍ୟାଶ୍ରୀଙ୍କୁ ସୋସିଆଲ୍‌ ମିଡିଆରେ ଏଭଳି ଲୋକେ ଛି ଛାକର କରୁଥିବାର ବି ଦେଖିବାକୁ ମିଳିଛି। ଏବେ ଲୋକମାନଙ୍କ ନିନ୍ଦା-୍ଅପବାଦକୁ ଆଉ ସହ୍ୟ ନ କରିପାରି ଫେସ୍‌ବୁକ୍‌ରେ ଲାଇଭ୍‌ କରି ବିଦ୍ୟାଶ୍ରୀ ଆତ୍ମହତ୍ୟା ପରି ଏକ ଚରମ ପଦକ୍ଷେପ ଉଠାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଫେସବୁକ୍ ଲାଇଭ୍ ପରେ କଟକସ୍ଥିତ ତାଙ୍କ ଘରୁ ବିଦ୍ୟାଶ୍ରୀଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଫେସବୁକରେ ଲାଇଭ୍ ଭିଡିଓ କରି ଏକାଥରରେ ଗୁଡ଼ାଏ ନିଦ ବଟିକା ‌ ଖାଉଥିବାର ଦେଖିବାକୁ ମିଳିଛି। ଏହା ପୂର୍ବରୁ ସେ ୩୦ଟି ସ୍ଲିପିଂ ପିଲ୍‌ ଖାଇଛନ୍ତି ବୋଲି ଭିଡିଓରେ ପ୍ରକାଶ କରିଛନ୍ତି। ସେ ଏକ ଡାଏରି ଦେଖାଉଛନ୍ତି ଓ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ସବୁ ଦାୟୀ ସେ ସେମାନଙ୍କ ନାମ ସେ ଡାଏରିରେ ଲେଖିଛନ୍ତି ବୋଲି କହିଛନ୍ତି। ସେ ଆହୁରି ବି କହିଛନ୍ତି କି ଯେପରି ଆଦିଙ୍କ ମୃତ୍ୟୁ ପଛର କାରଣ ମୁଁ ବୋଲି କିଛି ଲୋକ ଅପବାଦ ରଟୁଛନ୍ତି, ସେହିପରି ମୋ ପରିବାର ଲୋକଙ୍କୁ ମୋ ମୃତ୍ୟୁର କାରଣ ବୋଲି କୁହା ନଯାଉ। ସେଥିପାଇଁ ମୁଁ ଏ ଲାଇଭ୍‌ ଭିଡିଓ ସହ ଡାଏରି ଛାଡ଼ି ଯାଉଛି। ଯେଉଁମାନେ ତାଙ୍କ ମୃତ୍ୟୁ ଲାଗି ଦାୟୀ ସେମାନଙ୍କ ନାମ ସେ କହୁଥିବା ଦେଖିବାକୁ ମିଳିଛି। ଏଥିସହ ସେ କାନ୍ଦି କାନ୍ଦି କହୁଛନ୍ତି – ମତେ ନ୍ୟାୟ ମିଳୁ। ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ତା‌ଙ୍କୁ ମାନସିକ ଭ‌ାବେ ଯନ୍ତ୍ରଣା ଦେଇ ମରିବା ପାଇଁ ବାଧ୍ୟ କରିଥିବା ଲୋକମାନଙ୍କ ନାମ ସେ ଡାଏରିରେ ଲେଖିବା ସହ ଫେସ୍‌ବୁକ୍‌ ଲାଇଭ୍‌ରେ ମଧ୍ୟ ନେଉଛନ୍ତି। ଏହା ସହ ତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଦ୍ୟାଶ୍ରୀ।

Share Now:

Kalinga News Beuro

Next Post

ଜଳିଗଲା ରେଲବଗି: ସେଲ୍‌ଫି ନେବା କାଳ ହେଲା

Thu Dec 17 , 2020
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଳ ଷ୍ଟେସନ୍‌ ନିକଟରେ ଗତକାଲି ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି। ରେଳଧାରଣାରେ ଛିଡ଼ା ହୋଇଥିବା ଏକ ରେଳ ବଗି ଉପରେ ଚଢ଼ି ସେଲ୍‌ଫି ନେବା କାଳ ହେଲା। ନିମିଷକରେ ହୁତ୍‌ହୁତ୍‌ ହୋଇ ଜଳିଗଲେ ନାବାଳକ। ମୃତ ନାବାଳକ ହେଉଛନ୍ତି ଗୌରଚନ୍ଦ୍ର ସାହିର ସୂର୍ଯ୍ୟ କୁମାର (୧୭)। ଏଥିସହିତ ରେଳବଗିଟି ବି ଜଳି ଯାଇଛି। ଏଭଳି ଛାତିଥରା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କରୋନା […]
ସେଲ୍‌ଫି ନେଲା ବେଳେ ଜଳିଗଲେ ନାବାଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial