‘ଚିକୁନ୍ କେବଳ ମୋର, ତାଙ୍କୁ ମୋତେ ଫେରାଇ ଦିଅ’ : ଗଣମାଧ୍ୟମ ଆଗରେ ପତ୍ନୀଙ୍କ ଆକୁଳ କ୍ରନ୍ଦନ

ଚିକୁନ୍ କେବଳ ମୋର

ଦୁଇ ଜଣଙ୍କୁ ପାଖରେ ରଖିବି : ଚିକୁନ୍‌

ଭୁବନେଶ୍ୱର: ପୁଲିସ ଚିକୁନକୁ ଧରି ଧଉଳି ଥାନାରେ ପହଞ୍ଚିବା ପରେ ଖବର ପାଇ ଚିକୁନର ମା’, ପତ୍ନୀ ଅହଲ୍ୟା, ଭାଇ ପୁରୁଷୋତ୍ତମ ଓ ପରିବାରର ଅନ୍ୟ ସଦସ୍ୟମାନେ ଧାଇଁ ଯାଇଥିଲେ। ତେବେ ଚିକୁନ୍ ସହିତ ତା’ର ପ୍ରେମିକ‌ା ତଥା ନିଜର ପୁରୁଣା ସାଙ୍ଗକୁ ଦେଖି ଦୁଃଖ ଓ କ୍ରୋଧରେ ଭାଙ୍ଗି ପଡ଼ିଥିଲେ ଅହଲ୍ୟା। ସେ କାନ୍ଦିକାନ୍ଦି ଗଣମାଧ୍ୟମ ଆଗରେ ଚିକୁନ୍ କେବଳ ମୋର, ତାଙ୍କ ବିନା ମୁଁ କେମିତି ବଞ୍ଚିବି, ମୋ ସ୍ବାମୀକୁ ମୋତେ ଫେରାଇ ଦିଅ’ ବୋଲି ଆକୁଳ ନିବେଦନ କରିଥିଲେ। ଚିକୁନ୍ ସହିତ ଅନ୍ୟଜେଣେ ଯୁବତୀର ପ୍ରେମ ସଂପର୍କରେ ସେ ଜାଣିଥିଲେ କି ବୋଲି ପ୍ରଶ୍ନ ହେବାରୁ ଅହଲ୍ୟା କିଛି ଜାଣିନି ବୋଲି କହିଥିଲେ ଏବଂ ସବୁ ଦୋଷ ‌ସେହି ଯୁବତୀକୁ ଦେଇଥିଲେ। ଯୁବତୀ ଏହି ଷଡଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ଚିକୁନ୍ ବିବାହିତ ବୋଲି ଜାଣି ମଧ୍ୟ କେମିତି ସମ୍ପୃକ୍ତ ଯୁବତୀ ତାଙ୍କ ସହ ଯାଉଥିଲେ ବୋଲି ଅହଲ୍ୟା ପ୍ରଶ୍ନ ମଧ୍ୟ କରିଥିଲେ। ସେହିପରି ପୁଅ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେଇ ଘରକୁ ଫେରାଇ ଦେବା ପାଇଁ ଅନୁରୋଧ କରିଥିଲେ ଚିକୁନଙ୍କ ମା’। ପୁଅ-ବୋହୂଙ୍କୁ ଛାଡ଼ି ତାଙ୍କ ଘରେ ଆଉ କାହାର ସ୍ଥାନ ନାହିଁ ବୋଲି ରୋକ୍‌ଠୋକ୍ କହିଥିଲେ। ଅନ୍ୟପକ୍ଷରେ ଚିକୁନ୍ ସହ ଫେରାର ହୋଇଥିବା ଗୋପ ଅଞ୍ଚଳର ପ୍ରେମିକା ମଧ୍ୟ ଚିକୁନ୍ କେବଳ ତାଙ୍କର ବୋଲି ପୁଲିସ ଆଗରେ କହିଛନ୍ତି। ଦୀର୍ଘ ୭ ବର୍ଷ ଧରି ତାଙ୍କ ସହ ଚିକୁନ୍‌ର ପ୍ରେମ ସମ୍ପର୍କ ଥିଲା। ତେଣୁ ଚିକୁନ୍‌କୁ ତାଙ୍କୁ ଫେରାଇ ଦେବା ପାଇଁ ସେ ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଲେଜରେ ପଢ଼ିଲାବେଳେ ଚିକୁନ ଅହଲ୍ୟା ଓ ତାଙ୍କ ସାଙ୍ଗ ଉଭୟଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଗତବର୍ଷ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲେ।
ଦୁଇ ଜଣଙ୍କୁ ପାଖରେ ରଖିବି: ଚିକୁନ୍‌
ବିବାହିତ ହୋଇ ମଧ୍ୟ କାହିଁକି ଆଉ ଜଣେ ଯୁବତୀଙ୍କୁ ପ୍ରେମ କରି ସାଙ୍ଗରେ ନେଇ ପଳାଇବା ସମ୍ପର୍କରେ ଚିକୁନ୍ ଜେରା ବେଳେ ଯେଉଁ ଉତ୍ତର ଦେଇଛି ତାହାକୁ ନେଇ ତଦନ୍ତକାରୀ ପୁଲିସ ତାଜୁବ୍ ହୋଇଯାଇଛି। ସେ ଉଭୟଙ୍କୁ ଭଲ ପାଏ ଏବଂ ଦୁଇ ଜଣଙ୍କୁ ପତ୍ନୀ କରି ରଖିବ ବୋଲି କହିବାରୁ ଏହାକୁ ନେଇ ମଧ୍ୟ ବିବାଦ ଛିଡ଼ା ହୋଇଥିଲା। ଥାନା ବାହାରେ ଚିକୁନଙ୍କ ପତ୍ନୀ କାନ୍ଦିକାନ୍ଦି ଚିକୁନ୍ କେବଳ ତାଙ୍କର ବୋଲି କହୁଥିବା ବେଳେ ଥାନା ଭିତରେ ପ୍ରେମିକା ଚିକୁନ୍ ତାଙ୍କର ବୋଲି କହି ଚାଲିଥିଲେ। ଏହି ଡ୍ରାମା ପୁଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।

Share Now:

Kalinga News Beuro

Next Post

୧୯୯୩ ଭଳି ଆକ୍ରମଣ ଯୋଜନା ପଣ୍ଡ କଲା ଦିଲ୍ଲୀ ପୁଲିସ

Fri Sep 17 , 2021
ବ୍ରିଜ୍‌, ରେଳଧାରଣା ଉଡ଼ାଇବାକୁ ଆଇଏସ୍‌ଆଇ ତାଲିମ ଦେଇଥି‌ଲା ନୂଆଦିଲ୍ଲୀ : ‌ଦେଶରେ ୧୯୯୩ ବମ୍ବେ ବିସ୍ଫୋରଣ ପରି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏହି ଯୋଜନାକୁ ଦିଲ୍ଲୀ ପୁଲିସ ପଣ୍ଡ କରିଦେଇଛି। ମଙ୍ଗଳବାର ଦିଲ୍ଲୀ ପୁଲିସ ୩ଟି ରାଜ୍ୟରେ ଚଢ଼ଉ କରି ଏକ ବଡ଼ ଧରଣର ଆତଙ୍କବାଦୀ ନେଟ୍‌ୱର୍କର ପର୍ଦ୍ଦାଫାସ କରିଥିଲା। ଦିଲ୍ଲୀ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ୨ […]
ଆଇଏସ୍‌ଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial