ମାନବଜାତିର କଲ୍ୟାଣ : ‘ଆଦିତ୍ୟ ଏଲ୍‌ ୧’ର ସଫଳ ଉତ୍‌କ୍ଷେପଣ

‘ଆଦିତ୍ୟ ଏଲ୍‌ ୧’ର ସଫଳ ଉତ୍‌କ୍ଷେପଣ-4

ନୂଆଦିଲ୍ଲୀ: ସମଗ୍ର ମାନବଜାତିର କଲ୍ୟାଣ ପାଇଁ ବିଶ୍ୱବ୍ରହ୍ମାଣ୍ଡକୁ ଭଲ ରୂପେ ଜାଣିବା ପାଇଁ ଆମର ବୈଜ୍ଞାନିକ ପ୍ରଚେଷ୍ଟା ଚାଲିବ ବୋଲି ଆଜି ‘ଇସ୍ରୋ’ର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌ ୧’ର ସଫଳ ଉତ୍‌କ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ତା’ର ମହାକାଶ ଯାତ୍ରା ଜାରି ରଖିଛି। ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ର ସଫଳ ଉତ୍‌କ୍ଷେପଣ ଲାଗି ‘ଇସ୍ରୋ’ରେ ଥିବା ଆମ ବୈଜ୍ଞାନିକ ଓ ଇଞ୍ଜିନିୟର୍‌ମାନଙ୍କୁ ଅଭିନନ୍ଦନ ଜଣାଉଛି। ସମଗ୍ର ମାନବଜାତିର ମଙ୍ଗଳ ପାଇଁ ବିଶ୍ବବ୍ରହ୍ମାଣ୍ଡକୁ ଭଲରୂପେ ବୁଝିବା ଲାଗି ଆମର ନିଷ୍ଠାପର ବୈଜ୍ଞାନିକ ପ୍ରଚେଷ୍ଟା ଚାଲୁରହିବ। ସଫଳତାର ସହିତ ରକେଟ୍‌ରୁ ପୃଥକ୍‌ ହେବା ପରେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ପୃଥିବୀ ଚତୁଃପାର୍ଶ୍ଵରେ ନିର୍ଦ୍ଧାରଣ କରାଯାଇଥିବା ଡିମ୍ବାକାର କକ୍ଷପଥରେ ପ୍ରବେଶ କରିବା ପରେ ହର୍ଷୋତ୍‌ଫୁଲ୍ଲିତ ‘ଇସ୍ରୋ’ ମୁଖ୍ୟ ତାଙ୍କର ସାଥି ବୈଜ୍ଞାନିକ ଓ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

‘ଇସ୍ରୋ’ ମୁଖ୍ୟ ସୋମନାଥ କହିଲେ, ଅଭିନନ୍ଦନ, ‘ଆଦିତ୍ୟ ଏଲ୍‌-୧’ ମହାକାଶ ଯାନକୁ ୨୩୫ x ୧୯,୫୦୦ କିଲୋମିଟର୍‌ବିଶିଷ୍ଟ ଡିମ୍ବାକାର କକ୍ଷପଥରେ ଛଡ଼ାଯାଇଛି। ‘ପିଏସ୍ଏଲ୍‌ଭି ସି-୫୭ ଆଦିତ୍ୟ-ଏଲ୍‌ ୧’ ଅଭିଯାନ ସମ୍ପନ୍ନ ହୋଇଛି ବୋଲି ପୃଥକୀକରଣ ହୋଇଥିବା କଥା ସୁନିଶ୍ଚିତ ହେବକ୍ଷଣି ‘ଇସ୍ରୋ’ର ଜଣେ କମାଣ୍ଡର୍‌ ‌ଘୋଷଣା କରିଥିଲେ। ୪ ମାସର ଯାତ୍ରା କାଳରେ ସୂର୍ଯ୍ୟର ସବୁଠୁ ବାହାର ସ୍ତରକୁ ପର୍ଯ୍ୟବେକ୍ଷଣ କରିବା ଲାଗି ଏହି ଅଭିଯାନରେ ଆବଶ୍ୟକ ବୈଜ୍ଞାନିକ ଉପକରଣ ଯାଇଛି।

Share Now:

Kalinga News Beuro

Next Post

ସୂର୍ଯ୍ୟ ଅଭିଯାନ ଯାତ୍ରା ଆରମ୍ଭ କଲା ‘ଆଦିତ୍ୟ ଏଲ୍‌ ୧’

Sat Sep 2 , 2023
ବେଙ୍ଗାଲୁରୁ: ଆଜି ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି–ସି୫୭’ ରକେଟ୍‌ ଯୋଗେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍‌୧’ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଭାରତର ଏହି ପ୍ରଥମ ସୂର୍ଯ୍ୟ ଅଭିଯାନ ଉତ୍‌କ୍ଷେପଣ ସଫଳ ହୋଇଥିବା କଥା ‘ଇସ୍ରୋ’ ସୁନିଶ୍ଚିତ କରିଛି। ସଦ୍ୟତମ ସୂଚନା ଅନୁଯାୟୀ, ‘ପିଏସ୍‌ଏଲ୍‌ଭି-ସି୫୭’ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ଏହାର ପ୍ରଥମ ଥାକ ବା ‘‌ଷ୍ଟେଜ୍‌’ […]
ସୂର୍ଯ୍ୟ ଅଭିଯାନ ଯାତ୍ରା ଆରମ୍ଭ କଲା ‘ଆଦିତ୍ୟ ଏଲ୍‌ ୧’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial