ପ୍ରବଳ ବର୍ଷା ସତ୍ତ୍ୱେ ବିଜେପି ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ

ବିଜେପି ପକ୍ଷରୁ କଟକରେ ବିକ୍ଷୋଭ

୧୨ ଘଣ୍ଟିଆ କଟକ ବନ୍ଦ, ଏଣେ ଲଗାଣ ବର୍ଷା ଯୋଗୁଁ ସହର ଜଳମଗ୍ନ

କଟକ: ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ସହରରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ପାର୍ବଣରେ ୪ ଫୁଟିଆ ମୂର୍ତ୍ତି ଉଚ୍ଚତା ରଖିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଉପରେ କଟକରେ ବିରୋଧ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି ଆଜି କଟକ ନଗର ବିଜେପି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଗତକାଲି ରେଲୱେ ଅଟୋ ଆସୋସିଏସନ ପକ୍ଷରୁ ଅଟୋ ଚଳାଚଳ ବନ୍ଦ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳୁ ବାଦାମବାଡ଼ି ଠାରେ ବସ୍ ଅଟକାଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ କହିଛନ୍ତି ଯେ ଜନତାଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି। ଆମ୍ବୁଲାନ୍ସ ଓ ଅନ୍ୟ ସମସ୍ତ ଜରୁରୀ ସେବା ଅବ୍ୟାହତ ରହିଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ମା’ଙ୍କ ଦର୍ଶନ ପାଇଁ ସମସ୍ତଙ୍କୁ ଅନୁମତି ପାଇଁ ଦାବି କରାଯାଉଥିବା ଶ୍ରୀ ବଡ଼ୁ କହିଛନ୍ତି। ଏଣେ ଲଗାଣ ବର୍ଷା ଯୋଗୁଁ କଟକ ସହର ଜଳମଗ୍ନ ହୋଇଯାଇଛି। ଦୁଇଦିନ ହେବ ଲଘୁଚାପ ଯୋଗୁଁ ବର୍ଷା ଜାରି ରହିଥିବାବେଳେ କଟକ ସହରର ଅଧିକାଂଶ ଅଞ୍ଚଳ ଏବେ ପାଣି ଘେରରେ। ସହରର ପ୍ରମୁଖ ଅଞ୍ଚଳ ବାଦାମବାଡ଼ି ଠାରେ ବର୍ଷା ଯୋଗୁଁ ପାଣି ଜମି ଯାତାୟତ ଏକ ପ୍ରକାରର ଠପ୍ ହୋଇଛି। ସେହିଭଳି ସହରର ଅନ୍ୟ ଅଞ୍ଚଳମାନଙ୍କରେ ଘରେ ପଶିଛି ପାଣି। ଏହାଫଳରେ ସହରବାସୀ ଭୟଭୀତ ହୋଇ ରହିଥିବାବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି।

Share Now:

Kalinga News Beuro

Next Post

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

Tue Sep 14 , 2021
ଭୁବନେଶ୍ବର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କିଛି ସମୟ ପୂର୍ବେ ଜଳଭଣ୍ଡାରର ୬ଗୋଟି ଗେଟ୍ ଖୋଲାଯାଇଛି। ମିଳିଥିବା ସୂଚନା ଅନୁସାରେ ସତର୍କ ଘଣ୍ଟି ବାଜିବା ପରେ ପ୍ରଥମେ ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଖୋଲାଗଲା। ପରେ ଆଜି ପର୍ଯ୍ୟାୟକ୍ରମେ ମୋଟ ୬ଟି ଗେଟ ଖୋଲାଯାଇଛି। Share Now:
ଖୋଲିଲା ହୀରାକୁଦ ଜଳଭଣ୍ଡାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial