ଜାତୀୟ ଗଣମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା : ହେବେ କି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?

ଧର୍ମେନ୍ଦ୍ର ହେବେ କି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କିଏ ବିଜେପିର ନେତୃତ୍ୱ ନେବ? ବିଜେପିର ବର୍ତ୍ତମାନ ଅଧ୍ୟକ୍ଷ ଥିବା ଜେପି ନଡ୍ଡା ଦାୟିତ୍ୱରେ ରହିବେ ନା ତାଙ୍କ ବଦଳରେ ଆଉ କାହାକୁ ଦାୟିତ୍ୱ ଦିଆଯିବ। ସେନେଇ ଆଲୋଚନା ଜୋର ଧରିଛି। ବର୍ତ୍ତମାନର ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦ରେ ଶେଷ ହେବ। ନୂତନ ଅଧ୍ୟକ୍ଷ ବାଛିବା ଏବଂ ଅନ୍ୟାନ୍ୟ ନୀତିଗତ ନିଷ୍ପତ୍ତି ନେବାକୁ ଦଳ ଜାନୁଆରୀ ୧୬ ଏବଂ ୧୭ ତାରିଖରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛି। ସୂଚନାନୁସାରେ, ଜାନୁଆରୀ ୧୭ରେ ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇପାରେ। ଜେପି ନଡ୍ଡାଙ୍କୁ ପୁଣିଥରେ ଏହି ପଦବୀ ମିଳିବା ନେଇ ଚର୍ଚ୍ଚା ହେଉଛି। ତେବେ ୨୦୧୪ ପରେ ବିଜେପିରେ ଯେଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ନିଷ୍ପତ୍ତି ନିଆଯାଇଛି ତାହାକୁ ଲକ୍ଷ୍ୟ କଲେ ନଡ୍ଡା ହିଁ ଅଧ୍ୟକ୍ଷ ରହିବେ ତାହା କହିହେଉନାହିଁ। ଅମିତ ଶାହା ଗୃହମନ୍ତ୍ରୀ ହେବା ପରେ ଜେପି ନଡ୍ଡାଙ୍କୁ ବିଜେପିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା।
ବିଜେପି ସୂତ୍ର ଅନୁଯାୟୀ ହିମାଚଳପ୍ରଦେଶ ନିର୍ବାଚନ ଛାଡି ନଡ୍ଡାଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ଭଲ ରହିଛି। ଅନ୍ୟପଟେ ଏହା ବି ଚର୍ଚ୍ଚା ଜୋର ଧରିଛି ନଡ୍ଡାଙ୍କ ବ୍ୟତୀତ ଅଧ୍ୟକ୍ଷ ଭାବରେ ମୋଦୀଙ୍କ କ୍ୟାବିନେଟର କୌଣସି ମନ୍ତ୍ରୀଙ୍କୁ ସାମିଲ କରାଯାଇପାରେ। ଆଉ ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁପେନ୍ଦ୍ର ଯାଦବଙ୍କ ନାମ ଆଗରେ ରହିଛି। ଚର୍ଚ୍ଚା ମୁତାବକ ଧର୍ମେନ୍ଦ୍ର ଅନେକ ସମୟରେ ସଂକଟମୋଚକ ଭାବେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାବେଳେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପାଇଁ ଯେତେବେଳେ ସରକାର ବହୁ ଚେଷ୍ଟା କରୁଥିଲେ, ସେତେବେଳେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିସଙ୍କଙ୍କୁ ହଟାଇ ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଅନ୍ୟପଟେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଥିବା ଭୁପେନ୍ଦ୍ର ଯାଦବଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ୨୦୧୯ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଭୁପେନ୍ଦ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଡ କଥା ଯେ ଭୁପେନ୍ଦ୍ର ରାଜସ୍ଥାନରୁ ଆସିଥିବାବେଳେ ଏଥର ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

Share Now:

Kalinga News Beuro

Next Post

ଦିଲ୍ଲୀ ବିମାନବନ୍ଦରରେ ପରିସ୍ରା କରିବା ଯାତ୍ରୀଙ୍କୁ ମହଙ୍ଗା ପଡ଼ିଲା

Wed Jan 11 , 2023
ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀ ସମସ୍ତଙ୍କ ସାମ୍ନାରେ ଖୋଲାରେ ପରିସ୍ରା କରିଥିବା ନେଇ ଏକ ଲଜ୍ଜ୍ୟନୀୟ ଖବର ସାମ୍ନାକୁ ଆସିଛି। ଅନ୍ୟଯାତ୍ରୀମାନେ ଏହି ଦୃଶ୍ୟ ଦେଖିବା ପରେ ଘଟଣା ସମ୍ପର୍କରେ ପୁଲିସକୁ ଅଭିଯୋଗ କରି ଜଣାଇଥିଲେ। ଏହାପରେ ପୁଲିସ ଉକ୍ତ ଯାତ୍ରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୨୯୪ ଓ ୫୧୦ରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା। ଏହି ଘଟଣା […]
ଦିଲ୍ଲୀ ବିମାନବନ୍ଦରରେ ପରିସ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial