ରାଜନୀତିର ପାଦ ‌ଥାପି ୨୫ ବର୍ଷ ବୟସରେ ସୁଲକ୍ଷଣା ହେଲେ ବ୍ଲକ୍ ଅଧ୍ୟକ୍ଷା

ଧରା‌କୋଟ ରାଜା ସୁଲକ୍ଷଣା ଜିତିଲେ

ଧରାକୋଟ : ନୂତନ ଭାବେ ରାଜନୀତିରେ ପାଦ ଦେଇଥିବା ଗଞ୍ଜାମ ଜିଲ୍ଲା ଧରାକୋଟ ରାଜା ତଥା ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ପଦବିରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୨୫ ବର୍ଷୀୟା ସୁଲକ୍ଷଣା ଚଳିତ ନିର୍ବାଚନରେ ସେ ଧରାକୋଟ ପଞ୍ଚାୟତ ସମିତିସଭ୍ୟ ପଦରେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ। ଆଉ ବ୍ଲକ୍ ଅଧ୍ୟକ୍ଷା ପଦବି ଲାଗି ବିଜେଡି ସମର୍ଥିତ ସମିତିସଭ୍ୟ ଭାବେ ପ୍ରମୁଖ ଦାବିଦାର୍ ଥିଲେ। ଏହିକ୍ରମରେ ଶନିବାର ଦିନ ଧରାକୋଟ ନିର୍ବାଚନ ଅଧିକାରୀ ତଥା ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିବା ନିର୍ବାଚନରେ ବିଜେଡିରୁ ସମର୍ଥନ ପାଇ ସୁଲକ୍ଷଣା ଓ କଂଗ୍ରେସ ସମର୍ଥନରେ ଆରତୀ ବେହେରା ନାମାଙ୍କନ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ହୋଇଥିବା ମତଦାନରେ ସୁଲକ୍ଷଣାଙ୍କ ସପକ୍ଷ‌ରେ କଂଗ୍ରେସ ଶିବିରର ଦୁଇଜଣ ସମିତିସଭ୍ୟ କ୍ରସ୍ ଭୋଟିଂ କରିଥିଲେ। ସର୍ବାଧିକ ୧୪ଟି ଭୋଟ୍ ସହ ସୁଲକ୍ଷଣା ବିଜୟୀ ହୋଇଥିବା ବେଳେ ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀ ଆରତୀ ୪ଟି ଭୋଟ୍ ପାଇଥିଲେ। ସଂଖ୍ୟାଗରିଷ୍ଠତା ସହ ବିଜେଡି ବ୍ଲକ୍ ଦଖଲ କରିଥିବା ବେଳେ ସୁଲକ୍ଷଣା ବିଜୟୀ ଘୋଷିତ ହୋଇଥିଲେ। ବ୍ଲକ୍‌ର ସମସ୍ତ କର୍ମଚାରୀ ସୁଲକ୍ଷଣାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ନିଜ ପ୍ରତିକ୍ରିୟାରେ ସୁଲକ୍ଷଣା ଦେବୀ ମୁଖ୍ୟମନ୍ତ୍ରୀ ଓ ଧରାକୋଟ ପଞ୍ଚାୟତବାସୀଙ୍କୁ ସାଧୁବାଦ ଜଣାଇଥିବା ସହ ବିକାଶକୁ ପ୍ରାଥମିକତା‌ ଦେବେ ବୋଲି କହିଛନ୍ତି। ବିଜେଡିର ସହସ୍ରାଧିକ ସମର୍ଥକ ସୁଲକ୍ଷଣାଙ୍କୁ ଏକ ସୁଶୋଭିତ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ।

Share Now:

Kalinga News Beuro

Next Post

ଚିଲିକା ବିଧାୟକ ପ୍ରଶାନ୍ତ ଜଗେଦ୍ଦବଙ୍କ ନାମରେ ମାମଲା : ସୁସ୍ଥ ହେବାପରେ ଗିରଫ କରାଯିବ-ଆଇଜି

Sun Mar 13 , 2022
ବାଣପୁର : ଶନିବାର ମ଼ଧ୍ୟାହ୍ନରେ ବାଣପୁର ବ୍ଲକ୍‌ ନିକଟରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ବ୍ଲକ୍‌ ପରିସରକୁ ଅନଧିକାର ଭାବେ ପ୍ରବେଶ କରିବା ବେଳେ ପୁଲିସ ଓ ସାଧାରଣ ଜନତାଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗେଦ୍ଦବଙ୍କ ନାମରେ ମକଦ୍ଦମା ରୁଜୁ ହୋଇଛି। ଅପରପକ୍ଷେ ଲୋକଙ୍କ ନିର୍ଘାତ ମାଡ଼ରେ ଗୁରୁତର ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ହେପାଜତରେ ତାଙ୍କୁ ଚିକିତ୍ସା କରାଯାଉଛି। ଆରୋଗ୍ୟ […]
ପ୍ରଶାନ୍ତ ଜଗେଦ୍ଦବଙ୍କ ନାମରେ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial