ରାଜଧାନୀ ଏକ ଶୌଚାଳୟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଶୌଚାଳୟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଏକ ଶୌଚାଳୟରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଲୋକେ ଆଜି ଭୋର ସମୟରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଗାଡ଼କଣା ନିଉ ଆବାସ କଲୋନିର କେଳୁଚରଣ ପାର୍କ ସମ୍ମୁଖରେ ଥିବା ଏକ ଶୌଚାଳୟରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଝୁଲନ୍ତା ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତ ମହିଳା ହେଲେ ଝିଲି ବେହେରା। ତେଣେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ମହିଳାଙ୍କ ବାପ ଘରଲୋକେ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ପୁଲିସ ମୃତ ମହିଳାଙ୍କ ସ୍ୱାମୀ ବଟୁ ବେହେରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର: ବାହାଘର ବାତିଲ

Sat Feb 25 , 2023
କଣ୍ଟାବାଞ୍ଜି: ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତିରେ ଏକ ଅଘଟଣ ଘଟିଛି। ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାଙ୍କ ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ଜଣେ ସମ୍ପର୍କୀୟ ଆହତ ହୋଇଛନ୍ତି। ଏହାପରେ ବାହାଘରକୁ ମଧ୍ୟ କନ୍ୟାଘର ଲୋକେ ବାତିଲ କରିଛନ୍ତି।କନ୍ୟାଘର ଲୋକଙ୍କ କହିବା ଅନୁସାରେ ରାତିରେ ବରଯାତ୍ରୀ ଆସିଥିବା ବେଳେ ନାଚିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ବରଯାତ୍ରୀ ପାର୍ଟିର ଜଣେ ଯୁବକ […]
ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାଙ୍କ ବଡ଼ଭାଇ ଗୁରୁତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial