ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର: ବାହାଘର ବାତିଲ

ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାଙ୍କ ବଡ଼ଭାଇ ଗୁରୁତର

କଣ୍ଟାବାଞ୍ଜି: ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତିରେ ଏକ ଅଘଟଣ ଘଟିଛି। ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାଙ୍କ ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ଜଣେ ସମ୍ପର୍କୀୟ ଆହତ ହୋଇଛନ୍ତି। ଏହାପରେ ବାହାଘରକୁ ମଧ୍ୟ କନ୍ୟାଘର ଲୋକେ ବାତିଲ କରିଛନ୍ତି।
କନ୍ୟାଘର ଲୋକଙ୍କ କହିବା ଅନୁସାରେ ରାତିରେ ବରଯାତ୍ରୀ ଆସିଥିବା ବେଳେ ନାଚିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସେହି ସମୟରେ ବରଯାତ୍ରୀ ପାର୍ଟିର ଜଣେ ଯୁବକ ଛୁରିରେ କନ୍ୟାଙ୍କ ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲା। ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ରାୟପୁରରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବରଯାତ୍ରୀମାନଙ୍କ ଭିତରୁ ଦୁଇ ଜଣଙ୍କୁ ପୁଲିସ ତୁରକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣା ଘଟିବା ପରେ ବର ଶିଶୁପାଳ ହୋଇ ଫେରିଛନ୍ତି। ତୁରେକେଲା ଥାନାରେ କନ୍ୟାଙ୍କ ବାପା ବେଳଖଣ୍ଡି ତାଣ୍ଡି ଓ ଭାଉଜ ସାବିତ୍ରୀ ତାଣ୍ଡିଙ୍କ ସହ ଅନ୍ୟମାନେ ଉପସ୍ଥିତ ଅଛନ୍ତି।

Share Now:

Kalinga News Beuro

Next Post

୬ ଲେନ୍‌ ବିଶିଷ୍ଟ ହେବ ଦୟା ୱେଷ୍ଟ କେନାଲ ରାସ୍ତା: କଟକ-ପୁରୀ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ଭିଡ଼ କମିବ

Sat Feb 25 , 2023
ଭୁବନେଶ୍ୱର: ଜୟଦେବ ବିହାର ନନ୍ଦନ କାନନ ରାସ୍ତାରୁ ଭିଡ଼ କମାଇବା ପାଇଁ ଲଗାତାର ଉଦ୍ୟମ ହେଲା। ନା ଦୁଇଶହ ଫୁଟିଆ ସମ୍ପୂର୍ଣ୍ଣ ହୋଇ ପାରିଲା ନା ସମ୍ପ୍ରସାରଣ ପାଇଁ ପ୍ରସ୍ତୁତ ନକ୍ସା କାର୍ଯ୍ୟକ୍ଷମ ହେଲା। ଲୋକ ଯେମିତି ଯମଯନ୍ତ୍ରଣା ଭୋଗୁଥିଲେ ସେମିତି ଭୋଗିଲେ। ଦିନକୁ ଦିନ ଏହି ରାସ୍ତାରେ ଟ୍ରାଫିକ୍‌ କଷ୍ଟ ବଢ଼ିବାରେ ଲାଗିଛି। ଏଣେ ଉପକଣ୍ଠରେ ନିର୍ମାଣ ବଢ଼ିଥିବାରୁ ପୁରୀ-କଟକ ବାଇପାସ୍‌ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ରାସ୍ତାରେ […]
୬ ଲେନ୍‌ ବିଶିଷ୍ଟ ହେବ ଦୟା ୱେଷ୍ଟ କେନାଲ ରାସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial