ଦୁବାଇରୁ ଫେରିବା‌ ପରେ ଉର୍ଫି ଜାଭେଦ ଅସୁସ୍ଥ : ହସ୍ପିଟାଲ୍‌ରେ ଭର୍ତ୍ତି

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଉର୍ଫି ଜାଭେଦ

ମୁମ୍ବାଇ: ଲାଗୁଛି ସବୁବେଳେ ହସ ହସ ମୁହଁ ନେଇ ବୁଲିଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ କାହାର ଖରାପ ନଜର ଲାଗିଯାଇଛି। ନିଜର ବୋଲ୍‌ଡ ଫେସନ୍‌ରେ ଲୋକଙ୍କ ହୋସ୍‌ ଉଡ଼ାଉଥିବା ଉର୍ଫି ଅଚାନକ ବେମାରରେ ପଡ଼ି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ବିଗିଡ଼ି ଯାଇଛି ଯେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡ଼ିଛି।
ଉର୍ଫି ଏବେ ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ତେବେ ଉର୍ଫି ନିକଟରେ ଦୁବାଇ ଯାଇଥିଲେ। ତେବେ ସେ ଦୁବାଇକୁ ସୁଟିଂ କରିବାକୁ ଯାଇଥିଲେ କି ବୁଲିବାକୁ ଯାଇଥିଲେ ତାହା ଜଣାନାହିଁ। ମାତ୍ର ସେଠାରୁ ଫେରିବା ପରେ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ହସ୍ପିଟାଲ୍‌ ବେଡ୍‌ରେ ନିଜର ଏକ ଭିଡିଓ ବନାଇ ‌ପୋଷ୍ଟ୍‌ କରିଛନ୍ତି। ଭିଡିଓରେ ସେ ବେମାର ଥିବା କଥା କହୁଛନ୍ତି। ସେ ନିଜର ବେମାରୀ ସଂପର୍କରେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହେଉଛନ୍ତି ଓ ସେହି ସମୟରେ ଡାକ୍ତର ତାଙ୍କୁ କଥା ହେବାକୁ ମନା କରୁଛନ୍ତି। ଉର୍ଫିଙ୍କୁ ଲାରିନ୍‌ଜିଟିସ୍‌ ହୋଇଥିବା ସେ କହୁଛନ୍ତି। ରୋଗରେ ପଡ଼ି ଉର୍ଫି କାଫି ଅଲଗା ଦିଶୁଛନ୍ତି। ତାଙ୍କ ଆଖି ଚାରିପଟରେ କଳା ଦାଗ ପଡ଼ିଯାଇଛି। ବିନା ମେକ୍‌ଅପ୍‌ ଓ ବେମାରୀ କାରଣରୁ ଉର୍ଫି ଖୁବ୍ ଭିନ୍ନ ଦିଶୁଛନ୍ତି। ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଗ୍ଲାମରସ୍‌ ମନାଯାଏ। ତାଙ୍କୁ ସବୁବେଳେ କିଛି ନା କିଛି ନୂଆ ଲୁକ୍‌ରେ ଦେଖିବାକୁ ମିଳେ। ତାଙ୍କ ପୋଷାକ ପରିଧାନ ଶୈଳୀ ଅନ୍ୟମାନଙ୍କଠାରୁ ଖୁବ୍‌ ଭିନ୍ନ ହୋଇଥାଏ।

Share Now:

Kalinga News Beuro

Next Post

ମଶା ଉପଦ୍ରବରେ ରାଜଧାନୀ କଲବଲ : ନଗର ଉନ୍ନୟନ ବିଭାଗର ନିଦ ଭାଙ୍ଗିବ କେବେ ?

Mon Dec 19 , 2022
ଡ୍ରୋନ୍ ଉଡ଼ାଇ ଭୂଆଁ ବୁଲାଉଛି ବିଏମ୍‌ସି ଭୁବନେଶ୍ୱର : ହକି ବିଶ୍ୱକପ୍‌ର ସଫଳ ଆୟୋଜନ ପାଇଁ ସରକାର ଲାଗି ପଡ଼ିଛନ୍ତି। ସହରକୁ ସୁନ୍ଦର କରିବା ସହ ମନୋରଞ୍ଜନ ପାଇଁ ମଧ୍ୟ ନିଆରା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ମଶା ଯେଉଁ ପରିମାଣରେ ଉତ୍ପାତ କରୁଛନ୍ତି ସେଥିରେ ସରକାର ବଦନାମ ହେବା ଥୟ ହୋଇଛି। ଏହି ବଦନାମର କଳା ସରକାରଙ୍କ ମୁହଁରେ ବୋଳିବ […]
ମଶା ଉପଦ୍ରବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial