ଭୟଙ୍କର ବର୍ଷାରେ ମୁମ୍ବାଇ ବେହାଲ: ୧୬ ଏନ୍‌ଡିଆର୍‌ଏଫ୍‌ ଦଳ ମୁତୟନ

ଜୀବନଯାତ୍ରା ବେହାଲ, ୧୬ ଏନ୍‌ଡିଆର୍‌ଏଫ୍‌ ଦଳ ମୁତୟନ

ମୁମ୍ବାଇ: ମୁମ୍ବାଇରେ ଚଳିତ ଋତୁର ରେକର୍ଡ ପରିମାଣରେ ବର୍ଷା ହୋଇଛି। ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଭୟଙ୍କର ଲଗାଣ ବର୍ଷା ଫଳରେ ମୁମ୍ବାଇର ଜୀବନଯାତ୍ରା ଠପ୍‌ ହୋଇଯାଇଛି। ସମଗ୍ର ମୁମ୍ବାଇ ସହର ଜଳମଗ୍ନ ହୋ‌ଇ ପଡ଼ିବା ସହିତ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ଅନେକ ରେଳ ଚଳାଚଳ ବାତିଲ କରାଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ଫଳରେ ଅନେକ ଗଛ, ବିଜୁଳି ଖୁଣ୍ଟ ଓ ଘର ଭାଙ୍ଗି ଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇରେ ମୋଟ ୧୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ଏଥିମଧ୍ୟରୁ ୫ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁମ୍ବାଇରେ ମୁତୟନ କରାଯାଇଥିବାବେଳେ ୪ଟି ଟିମ୍‌ କୋହ୍ଲାପୁର ଏବଂ ୨ଟି ସଙ୍ଗ୍ରିଲ‌ରେ ମୁତୟନ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ କୋହ୍ଲାପୁର ଦେଇ ଯାଇଥିବା ପଞ୍ଚଗଙ୍ଗା ନଦୀର ଜଳପତ୍ତନ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ସହରରେ ୩୩୧.୦୮ ମିମି ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ପୂର୍ବ ସହରତଳି ଅଞ୍ଚଳରେ ୧୦୧.୯ ମିମି ଏବଂ ପଶ୍ଚିମ ସହରତଳି ଅଞ୍ଚଳରେ ୭୬.୦୩ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିଭଳି ଘଣ୍ଟା ପ୍ରତି ୧୦୬ କ‌ିଲୋମିଟର ବେଗରେ ପବନ ବହିଥିଲା। ଏହା ଫଳରେ ମୁମ୍ବାଇର ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଦକ୍ଷିଣ ମୁମ୍ବାଇ‌ର ଅନେକ ଘରଦ୍ବାର ଭାଙ୍ଗି ଯାଇଛି। ଅନେକ ସ୍ଥାନରେ ଗଛବୃଛ ଭାଙ୍ଗି ଗାଡ଼ି ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

କରୋନା ଉଜାଡିଦେଲା ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟ

Fri Aug 7 , 2020
ସମ୍ବଲପୁର : ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟକୁ ଶକ୍ତ ଧକ୍କା ଦେଇଛି କରୋନା ସ୍ଥିତି। ଗତବର୍ଷ ମାର୍ଚରୁ ଜୁନ୍‌ ମାସ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟ ହେଣ୍ଡଲୁମ କୋଅପରେଟିଭ ସୋସାଇଟି ଲିମିଟେଡ୍‌ ୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଚଳିତ ବର୍ଷ ମାର୍ଚରୁ ଜୁନ ମାସ ମଧ୍ୟରେ ମାତ୍ର ୧୦.୪୧ କୋଟି ଟଙ୍କାର ବ୍ୟବସାୟ କରିଛି। ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି। ଏଥିସହିତ ଏହି ସୋସାଇଟି ଉପରେ […]
ସମ୍ବଲପୁରୀ ହସ୍ତତନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial