କଳାପାଣିରେ ଜନଗଣନା କରିବାକୁ ନେପାଳର ମସୁଧା : ଅନୁମତି ଦେବନି ଭାରତ

କଳାପାଣିରେ ଜନଗଣନା କରିବାକୁ ନେପାଳର ଯୋଜନା

ପିଥୋରଗଡ଼: ‌ନେପାଳ ସରକାର ଭାରତର ୩ଟି ଅଞ୍ଚଳ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣିକୁ ନିଜ ଅଞ୍ଚଳ ବୋଲି ମାନଚିତ୍ରରେ ଦର୍ଶାଇବା ପରେ ନିକଟରେ ସ୍କୁଲ୍‌ ପାଠ୍ୟ ପୁସ୍ତକ ମାନଚିତ୍ରରେ ମଧ୍ୟ ଏହି ୩ ଅଞ୍ଚଳକୁ ସାମିଲ କରିଥିଲା। ଭାରତ ସରକାର କିନ୍ତୁ ନେପାଳର ଏହି କୃତ୍ରିମ ସମ୍ପ୍ରସାରଣକୁ ଏକତରଫା ଏବଂ ଅଗ୍ରହଣୀୟ ବୋଲି କହିଛନ୍ତି। ନେପାଳ ସରକାର ଏବେ କଳାପାଣି ଅଞ୍ଚଳରେ ଜନଗଣନା କରିବାକୁ ‌ଯୋଜନା କରିଛି। ନେପାଳ ପ୍ରତି ୧୦ ବର୍ଷରେ ଜନଗଣନା କରିଥାଏ। ନେପାଳର ପରବର୍ତ୍ତୀ ଜନଗଣନା ଆସନ୍ତା ବର୍ଷ ମେ’ରେ ହେବ। ଦେଶର ଜାତୀୟ ‌ଯୋଜନା କମିସନ୍‌ ଏବଂ ଏହାର ‌କେନ୍ଦ୍ରୀୟ ଷ୍ଟା‌ଟିସଟିକ୍ସ ବ୍ୟୁରୋ ଦ୍ବାରା ଜନଗଣନା ପାଇଁ ଘରକୁ ଘର ବୁଲି ସର୍ବେକ୍ଷଣ କରିଥାନ୍ତି। ତେବେ ନେପାଳରେ ରାଜନେତାମାନେ ଲିମ୍ପିୟାଧୁରା, କଳାପାଣି ଏବଂ ଲିପୁଲେଖର ଗ୍ରା ଗୁଡ଼ିକରେ ଜନଗଣନା କରିବାକୁ ଚାହିଛନ୍ତି। ଏନେଇ ପ୍ରଶ୍ନାବଳୀ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଯଦି ଘରକୁ ଘର ବୁଲି ସର୍ଭେ କରିବା ସମ୍ଭବ ନହୁଏ ତେବେ ନେପାଳ ଅନ୍ୟ ଉପାୟ ଅବଲମ୍ବନ କରିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ସମ୍ପୃକ୍ତ ଅଞ୍ଚଳବାସୀ କହିଛନ୍ତି ଯେ, ଯଦି ନେପାଳ ସରକାରଙ୍କ ଦ୍ବାରା କୌଣସି ଜନଗଣନା କରାଯାଏ ତେବେ ସେମାନେ ଏଥିରେ ଅଂଶଗ୍ରହଣ କରିବେ ନାହିଁ। । ନେପାଳ ସରକାରଙ୍କ ଦ୍ବାରା ଜନଗଣନା କରାଗଲେ ଆମେ କାହିଁକି ଅଂଶଗ୍ରହଣ କରିବୁ ବୋଲି ବୁଧି ଗ୍ରାମର ଜଣେ ବାସିନ୍ଦା ମହେନ୍ଦ୍ର ବୁଧିୟାଲ୍‌ କହିଛନ୍ତି। କିନ୍ତୁ ପିଥୋରଗଡ଼ ଜିଲ୍ଲା ପ୍ରଶାସନର ଅଧିକାରୀମାନେ କହିଛନ୍ତି ଯେ, ସେମାନେ ନେପାଳ ସରକାରଙ୍କ ଜନଗଣନା ଯୋଜନା ସମ୍ପର୍କରେ କିଛି ସୂଚନା ପାଇନାହାନ୍ତି। ଯଦି ବି ଏଭଳି କୌଣସି ଯୋଜନା ହୋଇଥାଏ ତେବେ ତାହା କାର୍ଯ୍ୟକାରୀ ହୋଇପାରିବନି । ଜନଗଣନା କାମ ପାଇଁ ନେପାଳର କୌଣସି ଟିମ୍‌ଙ୍କୁ ଉପରୋକ୍ତ ଅଞ୍ଚଳକୁ ପ୍ରବେଶ ଅନୁମତି ମିଳିବନି ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

Fri Sep 25 , 2020
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ ହୋଇଛି। ଏକ ସ୍କର୍ପିଓ କାର୍ ଭିତରେ ଚୋରା ବନ୍ଧୁକ କାରବାରର ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଏହି ଡିଲ୍‌ର ପର୍ଦ୍ଦାଫାସ କରିଛି। ଗତକାଲି ସନ୍ଧ୍ୟାରେ କଳ୍ପନା ଛକ ନିକଟରେ କ୍ରାଇମ୍‌ବ୍ରାଞ୍ଚର ଏସଟିଏଫ ଟିମ୍‌ ହାତରେ ଧରାପଡ଼ିଥିଲା ଏହି ଚୋରା ବନ୍ଧୁକ କାରବାରର ଡିଲ୍‌। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କର ଜଣେ ମହିଳା ସହଯୋଗୀଙ୍କୁ […]
ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial