ମିଳିଲା ରହସ୍ୟମୟ ପଥର : ହୀରାଠାରୁ ବି ଅଧିକ ମୂଲ୍ୟବାନ

ରହସ୍ୟମୟ ପଥର

ନୂଆଦିଲ୍ଲୀ: ୨୦୧୫ ମସିହାରେ ମେଲବୋର୍ଣ୍ଣ ନିକଟରେ ସୁନା ଖୋଜୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ରହସ୍ୟମୟ ପଥର ମିଳିଥିଲା। ଏହି ପଥରର ଆକାର ଯେତିକି ତାହାର ଓଜନ ତା’ଠାରୁ ଅଧିକ ଲାଗୁଥିଲା। ଏହି ରହସ୍ୟମୟ ପଥର ପାଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଡେଭିଡ। ତେବେ ଏଭଳି ପଥର ପାଇବା ପରେ ଡେଭିଡଙ୍କୁ ସନ୍ଦେହ ହୋଇଥିଲା କି ଏହା ସାଧାରଣ ପଥର ନୁହେଁ।
ଏହି ପଥରକୁ ଭାଙ୍ଗିବା ପାଇଁ ଡେଭିଡ ବହୁତ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଧାରୁଆ ଅସ୍ତ୍ର, ଗ୍ରାଇଣ୍ଡର, ଡ୍ରିଲର ବି ପ୍ରୟୋଗ କରିଥିଲେ। ଏମିତି କି ପଥରକୁ ସ୍ପିରିଟରେ ବୁଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଥର ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ଏହାପରେ ଡେଭିଡ ଏହାକୁ ମେଲବୋର୍ଣ୍ଣ ମ୍ୟୁଜିୟମକୁ ନେଇ ଯାଇଥିଲେ। ଅନେକ ବର୍ଷ ପରେ ଯାଞ୍ଚରୁ ଜଣାପଡ଼ିଲା କି ଯାହାକୁ ଏକ ସାଧାରଣ ପଥର ବୋଲି କୁହାଯାଉଥିଲା, ତାହା ଏକ ଉଲକାପିଣ୍ଡ। ଏହା ଅନ୍ୟ ଏକ ଦୁନିଆରୁ ଅଷ୍ଟ୍ରେଲିଆ ଚଟାଣରେ ପଡ଼ିଥିବା କୁହାଯାଉଛି। ଏହି ଉଲକାପିଣ୍ଡର କୌଣସି ମୂଲ୍ୟ ଲଗାଯାଇ ପାରିବ ନାହିଁ। କାରଣ ଏଥିରେ ଯେଉଁ ଧାତୁ ଅଛି ତାହା ପୃଥିବୀରେ ମିଳେ ନାହିଁ। ଆଉ ବହୁତ ମୂଲ୍ୟବାନ। ଯାଞ୍ଚରୁ ଜଣାପଡ଼ିଛି କି ଏହା ୪୬୦ କୋଟି ବର୍ଷ ପୁରୁଣା ପଥର। ଏହାର ଓଜନ ୧୭କିଲୋଗ୍ରାମ ରହିଛି। ଏହାକୁ କାଟିବା ପାଇଁ ହୀରାର ସାହାଯ୍ୟ ନେବାକୁ ପଡ଼ିବ।

Share Now:

Kalinga News Beuro

Next Post

ଦିଲ୍ଲୀବାସୀଙ୍କୁ ୫ ଟଙ୍କାରେ ଖାଦ୍ୟ ସାଙ୍ଗକୁ ସ୍ମାର୍ଟ ସ୍କୁଲର ପ୍ରତିଶୃତି ଦେଲା ବିଜେପି

Fri Nov 25 , 2022
ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ପାଇଁ ବିଜେପି ନିଜର ଘୋଷଣାପତ୍ର ପ୍ରକାଶ କରିଛି। ବିଜେପି ଏହାର ନାମ ସଂକଳ୍ପ ପତ୍ର ରଖିଛି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଦିଲ୍ଲୀ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା, ଦିଲ୍ଲୀ ସାଂସଦ ରମେଶ ବିଧୁରୀ, ହର୍ଷ ବର୍ଦ୍ଧନ, ହଂସରାଜ ହଂସ ଏବଂ ପ୍ରବେଶ ବର୍ମା ପ୍ରମୁଖ ଏହି ସଂକଳ୍ପ ପତ୍ରକୁ ଉନ୍ମୋଚନ କରିଛନ୍ତି। ଏଥିରେ ପାଞ୍ଚ […]
ଦିଲ୍ଲୀବାସୀଙ୍କୁ ୫ ଟଙ୍କାରେ ଖାଦ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial