ଯୌନ ଉଦ୍ଦୀପକ ଫଟୋ ପାଇଁ ନିଲମ୍ବିତ ହେଲେ ‘ବିବିସି’ ଉପସ୍ଥାପକ

ନିଲମ୍ବିତ ହେଲେ ‘ବିବିସି’ ଉପସ୍ଥାପକ

ଲଣ୍ଡନ: ଯୌନ ଉଦ୍ଦୀପକ ଫଟୋ ନେବା ପାଇଁ ଜଣେ ୧୭ ବର୍ଷୀୟ ତରୁଣୀଙ୍କୁ ୩୫,୦୦୦ ପାଉଣ୍ଡ୍‌ ଦେଇଥିବା ଅଭିଯୋଗରେ ଜଣେ ‘ଷ୍ଟାର୍‌’ ଉପସ୍ଥାପକଙ୍କୁ ନିଲମ୍ବନ କରାଯାଇଥିବା କଥା ରବିବାର ଦିନ ‘ବିବିସି’ କହିଛି। ଇଂଲଣ୍ଡର ସଂସ୍କୃତି ମନ୍ତ୍ରୀ ଲୁସି ଫ୍ରେଜର୍‌ କହିଛନ୍ତି, ଏଥିପାଇଁ ପୂର୍ବରୁ ମୁଁ ‘ବିବିସି’ର ମହାନିର୍ଦ୍ଦେଶକ ଟିମ୍‌ ଡେଭାଇଙ୍କ ନିକଟରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲି। ଘଟଣା ଉପରେ ଗୁରୁତ୍ୱ ଦେଇ ‘ବିବିସି’ ତଦନ୍ତ କରୁଛି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମେ ଏ ଖବର ରିପୋର୍ଟ କରିଥିବା ‘ସନ୍‌’ ସମ୍ବାଦପତ୍ର କହିଛି, ଉକ୍ତ ତରୁଣୀଙ୍କ ମାଆଙ୍କ କହିବା ଅନୁସାରେ, ୩ ବର୍ଷ ପାଇଁ ଏଭଳି ଫଟୋ ଦେବା ପାଇଁ ଜଣେ ଅଜ୍ଞାତ ‘ବିବିସି’ ଉପସ୍ଥାପକ ମୋ ଝିଅକୁ ୩୫ ହଜାର ପାଉଣ୍ଡ୍‌ ପ୍ରଦାନ କରିଛନ୍ତି। ଏହି ଅର୍ଥରେ ମୋ ଝିଅ ‘କୋକେନ୍‌’ ଭଳି ନିଶାଦ୍ରବ୍ୟ ସେବନ କରୁଛି।
ଅର୍ଥ ଦେବା ସମୟରେ ୧୭ ବର୍ଷ ହୋଇଥିବା ଉକ୍ତ ତରୁଣୀଙ୍କ ପରିବାର କହିଛନ୍ତି ଯେ, ସେମାନେ ମେ ୧୯ ତାରିଖରେ ‘ବିବିସି’ରେ ଅଭିଯୋଗ କରିବାର ମାସେ ପରେ ମଧ୍ୟ ସେ ଉପସ୍ଥାପକ ଟେଲିଭିଜନ୍‌ରେ କାର୍ଯ୍ୟକ୍ରମ ଉପସ୍ଥାପନ କରୁଥିଲେ। ‘ବିବିସି’ କହିଛି, ପ୍ରଥମେ ମେ ମାସରେ ଆଗତ ଅଭିଯୋଗ ବିଷୟରେ ସେମାନେ ଅବଗତ ଥିଲେ। କିନ୍ତୁ, ଗୁରୁବାର ଦିନ ଉକ୍ତ ଅଭିଯୋଗକୁ ପୁଣି ଥରେ ଭିନ୍ନ ଭାବରେ ଉପସ୍ଥାପନା କରାଯିବାରୁ ଉକ୍ତ ପୁରୁଷ ଉପସ୍ଥାପକଙ୍କୁ ନିଲମ୍ବନ କରାଯାଇଛି। ପୁଲିସ ସହଯୋଗରେ ଅଧିକ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share Now:

Kalinga News Beuro

Next Post

ନର୍ସଙ୍କ ସହିତ ଯୌନକ୍ରିୟାରେ ଲିପ୍ତ ରହି ରୋଗୀ ମୃତ : ଚାକିରିରୁ ବିଦା ହେଲେ ଅଭିଯୁକ୍ତ ନର୍ସ

Mon Jul 10 , 2023
‌ୱାଲେଜ୍‌: ନର୍ସଙ୍କ ସହିତ ଯୌନକ୍ରିୟା ବେଳେ ଜଣେ ରୋଗୀ ପ୍ରାଣ ହରାଇଥିବା କଥା ଜାଣିବା ପରେ ଇଂଲଣ୍ଡ୍‌ର ଏକ ଡାକ୍ତରଖାନାର କର୍ତ୍ତୃପକ୍ଷମାନେ ସମ୍ପୃକ୍ତ ନର୍ସଙ୍କୁ ଚାକରିରୁ ବିଦା କରି ଦେଇଥିବା କଥା ‘ଦି ୟୁ.କେ. ଟାଇମ୍‌ସ୍‌’ ରିପୋର୍ଟ କରିଛି। ବହିଷ୍କୃତ ନର୍ସଜଣକ ବି ସ୍ବୀକାର କରିଛନ୍ତି ଯେ, ଉକ୍ତ ରୋଗୀଙ୍କ ସହିତ ତାଙ୍କର ୧ ବର୍ଷରୁ ଅଧିକ ସମୟ ହେବ ଗୁପ୍ତ ସମ୍ପର୍କ ଥିଲା। ହସ୍ପିଟାଲ୍‌ର କାର୍‌ ପାର୍କିଙ୍ଗ୍‌ ସ୍ଥଳରେ […]
ଚାକିରିରୁ ବିଦା ହେଲେ ଅଭିଯୁକ୍ତ ନର୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial