ମାଡ଼ି ଚାଲିଛି ‘ସାହାରା’: ୧୦୦ ବର୍ଷରେ ବଢ଼ିଛି ୯ ଲକ୍ଷ ବର୍ଗ କିଲୋମିଟର

ସାହାରା ମରୁଭୂମି କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଏହାର ସୀମା ବଢ଼ିବାରେ ଲାଗିଛି। ଏବେ ଭାବୁଥିବେ ଏହାର କ’ଣ ହାତଗୋଡ ଅଛି ଯେ ସୀମା ବଢ଼ିଯିବ। ହେଲେ ଏହା ସମ୍ପୂର୍ଣ୍ଣ ସତ। ଗତ ୧୦୦ ବର୍ଷ ଭିତରେ ସାହାର ମରୁଭୂମିର ସୀମା ୧୦ ପ୍ରତିଶତ ବଢ଼ିଯାଇଛି। ଆମେରିକାର University of Maryland ପକ୍ଷରୁ କରାଯାଇଥିବା ଏବ ସର୍ଭେରୁ ଏହି ଭୟଙ୍କର ସତ ପଦାକୁ ଆସିଛି। ଗତ ୧୦୦ ବର୍ଷରେ ସାହାର ମରୁଭୂମିର ସ୍ଥିତିକୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡିଛି, ଏହି ୧୦୦ ବର୍ଷ ମଧ୍ୟରେ ସାହାରା ମରୁଭୂମି ୯ ଲକ୍ଷ ବର୍ଗ କିଲୋମିଟର ବଢ଼ିଯାଇଛି।
ଏହା ପଛରେ ଗ୍ଲୋବାର ୱାର୍ମିଂ କାରଣ ବୋଲି କୁହାଯାଉଛି। ରିସର୍ଚ୍ଚ କରୁଥିବା ବିଜ୍ଞାନିକମାନେ କହିଛନ୍ତି ପୃଥିବୀର ତାପମାତ୍ରା ବଢ଼ିଥିବାରୁ ବିଭିନ୍ନ ଦେଶରେ ଥିବା ମରୁଭୂମିର କ୍ଷେତ୍ରଫଳ ବଢ଼ିବାରେ ଲାଗିଛି।
ରିସର୍ଚ୍ଚ ଟିମ୍‌ ୧୯୨୦ରୁ ୨୦୧୩ ମଧ୍ୟରେ ହୋଇଥିବା ମୌସୁମୀ ବର୍ଷାର ସର୍ଭେ କରିଥିଲେ। ଏଥିରୁ ଜଣାପଡିଥିଲା, ସାହାର ଆଖପାଖରେ ଥିବା ବହୁତ ଅଞ୍ଚଳ ପୂର୍ବରୁ ମରୁଭୂମି ନଥିଲା। ହେଲେ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି।
ସର୍ଭେରୁ ଆଉ ଏକ କଥା ଜଣାପଡିଛି। ଏଥିରେ କୁହାଯାଇଛି ଆଫ୍ରିକାରେ ଉତ୍ତାପ ବଢ଼ିବାରେ ଲାଗିଛି। ଆଗକୁ ଆଫ୍ରିକାର ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କୃଷି ଉପରେ ଏହାର ପ୍ରଭାବ ପଡିବ। ୯୩ ବର୍ଷ ମଧ୍ୟରେ କିଛି ଅଞ୍ଚଳରେ ମରୁଭୂମିର ସୀମା ୧୬ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି।
ଏତେ ବଡ଼ ଭୟଙ୍କର ସତ ଭିତରେ ଏକ ଖୁସିର କଥା ମଧ୍ୟ ରହିଛି। ଦୁନିଆର ସବୁଠାରୁ ଗରମ ଅଞ୍ଚଳ ଭାବେ ପରିଚିତ ସାହାରାରେ ଗତ ଜାନୁଆରୀରେ ତୁଷାରପାତ ହୋଇଥିଲା। ସାହାରର ପ୍ରବେଶ ପଥ କୁହାଯାଉଥିବା ଉତ୍ତର ଆଲଜେରିଆର ଏନ୍‌. ସଫେରାରେ ୧୬ ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତ ହୋଇଥିଲା। ଗତ ୪୦ ବର୍ଷ ମଧ୍ୟରେ ଏପରି ଦୃଶ୍ୟ ଏଠାରେ ୩ ତର ଦେଖିବାକୁ ମିଳିଛି। ପ୍ରାୟ ୩୯ ବର୍ଷ ପୂର୍ବେ ୧୯୭୯ ଫେବ୍ରୁଆରୀରେ ଏଠାରେ କିଛି ଘଣ୍ଟା ତୁଷାରପାତ ହୋଇଥିଲା।

Share Now:

Kalinga News Beuro

Leave a Reply

Next Post

ନ୍ୟୁୟର୍କ ଟ୍ରମ୍ପ୍‌ ଟାଓ୍ଵାର୍‌ରେ ଅଗ୍ନିକାଣ୍ଡ: ଜଣେ ମୃତ,୪ ଆହତ

Sun Apr 8 , 2018
ନ୍ୟୁୟର୍କ: ଶନିବାର ଦିନ ନ୍ୟୁୟର୍କସ୍ଥିତ ଟ୍ରମ୍ପ୍‌ ଟାଓ୍ଵାର୍‌ର ୫୦ ତାଲାରେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ବୟୋବୃଦ୍ଧ ଲୋକଙ୍କର ମୃତ୍ୟୁ ଘଟିବା ସହ ୪ ଜଣ ନିଅାଁଲିଭାଳି ଆହତ ହୋଇଥିବା କଥା ଅଧିକାରୀମାନେ କହିଛନ୍ତି।ନ୍ୟୁୟର୍କ ପୁଲିସ ବିଭାଗ କହିଛି ଯେ ଅଧିକାରୀମାନେ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚିବା ପରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣେ ୬୭ ବର୍ଷିୟ ଲୋକଙ୍କୁ ପାଇଥିଲେ।ତାଙ୍କୁ ମାଉଣ୍ଟ୍‌ ସିନାଇ ରୁଜ୍‌ଭେଲ୍‌ଟ୍‌ ହସ୍‌ପିଟାଲ୍‌ ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial