ହିମାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖୱିନ୍ଦର ସିଂହ ସୁଖୁ

ସୁଖୱିନ୍ଦର ସିଂହ ସୁଖୁ

ଶିମ୍‌ଲା: ଆଜି ବରିଷ୍ଠ ଦଳୀୟ ନେତାମାନଙ୍କ ଉପସ୍ଥିତିରେ ଅପରାହ୍ନ ୧.୩୦ରେ ଐତିହାସିକ ରିଜ୍‌ରେ କଂ‌ଗ୍ରେସ ନେତା ସୁଖୱିନ୍ଦର ସିଂହ ସଖୁ ହିମାଚଳ ପ୍ରଦେଶର ୧୫ଶ ରାଷ୍ଟପତି ଭାବେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଉକ୍ତ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ। ସେହିପରି, କଂଗ୍ରେସ ନେତା ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ, ଆମେ ଆନନ୍ଦିତ। ରାହୁଲ୍‌ ଗାନ୍ଧୀ ଶିମ୍‌ଲାରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ବୀରଭଦ୍ର ସିଂହ ତାଙ୍କୁ କହିଲେ, ହିମାଚଳ ପ୍ରଦେଶକୁ ଆମେ କଂଗ୍ରେସକୁ ଫେରାଇ ଆଣିବୁ ବୋଲି ପ୍ରତିଶୃତି ଦେଇଥିଲୁ। ପ୍ରତ୍ୟୁତ୍ତର ଦେଇ ରାହୁଲ୍‌ ଗାନ୍ଧୀ କହିଥିଲେ, ଅଭିନନ୍ଦନ।
ଶପଥ ଗ୍ରହଣ ଉତ୍ସବ ଆଗରୁ ଏକତା ପ୍ରଦଶର୍ନ ସ୍ବରୂପ ଆଜି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଥିବା ସୁଖୱିନ୍ଦର ସିଂହ ସୁଖୁ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ବୀରଭଦ୍ର ସିଂହଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଥିବାରୁ ୪ଥର ବିଧାୟକ ହୋଇଥିବା ଅତି ସାଧାରଣସ୍ତରରୁ ଆସିଥିବା ରାଜନେତା ସୁଖୱିନ୍ଦର୍‌ ସିଂହ ସୁଖୁ ମଲ୍ଲିକାର୍ଜୁନ ଖଡ଼ଗେ ଓ ଗାନ୍ଧୀ ପରିବାର ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ସୁଖୁ କହିଥିଲେ, ସେ (ପ୍ରତିଭା) ହେଉଛନ୍ତି ଦଳର ରାଜ୍ୟ ମୁଖ୍ୟ, ଆମେ ତାଙ୍କ ଅଧୀନରେ କାର୍ଯ୍ୟ କରୁଛୁ। ତାଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରିବା ଲାଗି ମୁଁ ଏଠାକୁ ଆସିଛି।

Share Now:

Kalinga News Beuro

Next Post

ରସୁଲଗଡ଼ ଓଭରବ୍ରିଜ ଉପରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

Sun Dec 11 , 2022
ଭୁ‌ବନେଶ୍ବର: ଚଳନ୍ତା କାରରେ ଲାଗିଲା ନିଆଁ ଲାଗିଛି। ପ୍ରତକ୍ଷ୍ୟଦର୍ଶୀମାନେ ଆଖି ଆଗରେ ଘଟିଯାଉଥିବା ଦୁର୍ଘଟଣାକୁ ସବୁ ଦେଖୁଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି। ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି। ତେବେ ଖୁସିରେ କଥା ହେଲା ଦୁର୍ଘଟଣାଗ୍ରସ୍ତ କାରର ଚାଳକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।ସୂଚନା ଅନୁସାରେ ରସୁଲଗଡ଼ ଉପର ଦେଇ ଯାଉଥିବା ଏକ ଚଳନ୍ତା କାରରେ ଆଜି ଅପରାହ୍ନରେ ହଠାତ୍ ଲାଗିଛି ନିଆଁ […]
ରସୁଲଗଡ଼ ଓଭରବ୍ରିଜ ଉପରେ ଜଳିଗଲା ଚଳନ୍ତା କାର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial