ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପଛକୁ ଫେରିଲା ଏୟାର ଇଣ୍ଡିଆ ବିମାନ

ପଛକୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରି ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପଛକୁ ଫେରିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ-ଲଣ୍ଡନ ଏଆଇ୦୧୧୧ ବିମାନ ଗୁରୁବାର ସକାଳ ୭ଟା ୧୫ ମିନିଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ଛାଡ଼ିଥିଲା। ଏହାର ୩୦ ମିନିଟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପୁଣି ଦିଲ୍ଲୀ ଫେରିଆସିଥିଲା। ବିମାନଟି ପାକିସ୍ତାନ ବାୟୁସୀମାରେ ଥିବାବେଳେ ପଛକୁ ଫେରିଥିଲା। ଦିଲ୍ଲୀରେ ଏହା ୯ଟା ୩୦ ମିନିଟରେ ଓହ୍ଲାଇଥିଲା।
ଉକ୍ତ ବିମାନରେ ଯାତ୍ରା କରୁଥିବା ଯଶୋବର୍ଦ୍ଧନ ତ୍ରିଖା ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି ଯେ, ବିମାନଟିର ଏସି ଖରାପ ହୋଇଯାଇଥିଲା ଓ ଆଉ କେତେକ ବୈଷୟିକ ତ୍ରୁଟି ରହିଥିଲା। ଏହି କାରଣରୁ ବିମାନକୁ ଫେରାଇବାକୁ ପାଇଲଟ୍ ନିଷ୍ପତ୍ତି ନେଇଥିଲେ। ତେବେ ଦିଲ୍ଲୀ ଫେରିବା ପରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ସେଠାରେ ଅଟକି ରହିଥିଲେ। କିନ୍ତୁ ଯାତ୍ରୀଙ୍କ ସୁବିଧା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ବିଶେଷ ବ୍ୟବସ୍ଥା କରାଯାଇନଥିଲା। ଏହାର ଜବାବରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ବୈଷୟିକ କାରଣରୁ ବିମାନଟି ଫେରିଆସିଥିଲା। ଏପରି ଘଟଣା ନିଶ୍ଚିତଭାବେ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ ଏୟାରପୋର୍ଟରେ ଯାତ୍ରୀଙ୍କ କଥା ବୁଝିବାକୁ ଗ୍ରାଉଣ୍ଡ କର୍ମଚାରୀଙ୍କୁ ସୂଚୀତ କରାଯାଇଥିଲା।

Share Now:

Kalinga News Beuro

Next Post

ନୂଆ ରୂପରେ ଆମ୍ବାସଡର : କେନ୍ଦୁଝରିଆଙ୍କ ବୁଦ୍ଧିକୁ ସଲାମ

Sat Sep 16 , 2023
କେନ୍ଦୁଝର: ଦିନେ ସମଗ୍ର ଭାରତୀୟ ସଡ଼କରେ ରାଜ୍ କରୁଥିଲା ଆମ୍ବାସଡର କାର। ନେତା ହୁଅନ୍ତୁ କି ସରକାରୀ ବାବୁ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଏହି କାର। କେବଳ ସରକାରୀ ଦପ୍ତର ନୁହେଁ ଟ୍ୟାକ୍ସି ସହ ବ୍ୟକ୍ତିଗତ ବ୍ୟବହାରରେ ବି ଏହି କାରର ନାମ ଥିଲା। କିନ୍ତୁ ଦିନକୁ ଦିନ ବଜାରକୁ ନୂଆ ଡିଜାଇନର କାର ଆସିବା ସହ ଅଧିକ ମାଇଲେଜ ମିଳୁଥିବା କାରକୁ ଲୋକ ପସନ୍ଦ କରିଥିଲେ। ଏହାପରେ […]
ନୂଆ ରୂପରେ ଆମ୍ବାସଡର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial