ବାଜପେୟୀଙ୍କ ପାର୍ଥିବ ଶରୀରକୁ ଦର୍ଶନ କଲେ ରାଜନେତା-ମନ୍ତ୍ରୀ,ଶୁକ୍ରବାର ଅପରାହ୍ନ ୪ଟାରେ ସଂପର୍ଣ୍ଣ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରକୁ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଦେଶର ପ୍ରମୁଖ ରାଜନେତା ଓ ମନ୍ତ୍ରୀମାନେ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ବାଜପେୟୀଙ୍କ ପାର୍ଥିବ ଶରୀର ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶେଷ ଥର ପାଇଁ ଶୁକ୍ରବାର ବାଜପେୟୀଙ୍କ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବ। ପରେ ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ବାଜପେୟୀଙ୍କ ଅନ୍ତିମ ଶୁକ୍ରବାର ଅପରାହ୍ନରେ ସଂପନ୍ନ ହେବ ବୋଲି ବିଜେପି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲେ ମଧ୍ୟ ଦିଲ୍ଲୀର କେଉଁସ୍ଥାନରେ ସ୍ୱର୍ଗତ ବାଜପେୟୀଙ୍କର ଅନ୍ତିମ ସଂସ୍କାର ସଂପର୍ଣ୍ଣ କରାଯିବ, ତାହା ଏଯାବତ ସ୍ଥିରୀକୃତ ହୋଇ ପାରି ନଥିବା ଜାଣିବାକୁ ମିଳିଛି।

ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ପରେ ୯୩ ବର୍ଷିଅ ବାଜପେୟୀଙ୍କୁ ମଙ୍ଗଳବାର ରାତିରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମ୍ସର ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ଏମ୍ସରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହଙ୍କ ସମେତ ଅନ୍ୟ ଦଳର ନେତାମାନେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଥିଲେ।

Share Now:

Kalinga News Beuro

Leave a Reply

Next Post

ମୁଖ୍ୟ ଡ୍ରେନ୍‌ ୪ ଉପରୁ ଜବରଦଖଲ ହଟିଲା

Sun Aug 19 , 2018
ଭୁବନେଶ୍ୱର: ଜୟଦେବ ବିହାର ନିକଟରେ ମୁଖ୍ୟ ଡ୍ରେନ୍‌ ୪ ଉପରେ ଥିବା ଜବରଦଖଲକୁ ଗତକାଲି ଉଚ୍ଛେଦ କରାଯାଇଛି। ମୁଖ୍ୟ ଡ୍ରେନ୍‌ ଉପରେ ପ୍ଲଟ୍‌ ନଂ ୨୨୯୦ରେ ନିର୍ମାଣ ହୋଇଥିବା ଘରର କିଛି ଅଂଶ ବିଡିଏର ମାଷ୍ଟରପ୍ଲାନ୍‌ ରାସ୍ତା ଏବଂ ଡ୍ରେନ୍‌ ଉପରେ ଥିବାରୁ ଏହାକୁ ଭଙ୍ଗା ଯାଇଛି। ଏହି ଘରଟିକୁ ଭାଙ୍ଗିବାକୁ ଓଡିଏ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହାର କିଛି ଅଂଶ ଭଙ୍ଗାଯାଇଛି। ବାକି ବିଲ୍‌ଡିଂ ଆଜି ରବିବାର ଭଙ୍ଗାଯିବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial