ସ୍ୱାଭିମାନ ଅଞ୍ଚଳର ସମାରୀ ଟାଙ୍ଗୁଲ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଜିଲ୍ଲା ପରିଷଦ ଅଧ୍ୟକ୍ଷା

ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ସମାରୀ ଟାଙ୍ଗୁଲ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଆଜି ବିଜେଡି ତରଫରୁ ସମାରୀଙ୍କୁ ଟିକଟ ପ୍ରଦାନ କରାଯାଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚନ ବେଳେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ବରିଷ୍ଠ ନେତା ପ୍ରଦୀପ ମାଝି, ପୂର୍ବତନ ବିଧାୟକ ମାନସ ମାଡକାମୀ ସମେତ ଜିଲ୍ଲାର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ସ୍ବାଭିମାନ ଅଂଚଳର ବିଜୟୀ ପ୍ରାର୍ଥୀ ସମାରୀଙ୍କୁ ବିଜେଡି ସୁପ୍ରିମୋ ଟିକଟ ଦେଇ ସୂଚାଇ ଦେଇଛନ୍ତି ଯେ ସ୍ୱାଭିମାନ ଅଞ୍ଚଳକୁ ସେ କେତେ ଭଲ ପାଆନ୍ତି। ସ୍ୱାଭିମାନ ଅଞ୍ଚଳକୁ ବିଜେଡି ସରକାର ସ୍ୱତନ୍ତ୍ର ଫୋକସ କରୁଥିବାରୁ ଏହା ତାର ଏକ ଉଦାହରଣ। ଦୀର୍ଘ ବର୍ଷ ଧରି ଏହି ଅଂଚଳରେ ନିର୍ବାଚନ ହେଉନଥିବା ବେଳେ ଏଥର ସଫଳତାର ସହ ସରକାରର ଏଠାରେ ନିର୍ବାଚନ କରାଇ ବିଜୟ ଲାଭ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ୧୨ଟି ଆସନରେ ବିଜୟୀ ହୋଇ ଏକତରଫା ଜିଲ୍ଲା ପରିଷଦ ଗଠନ କରିବା ପାଇଁ ନିଜର ହକ୍ ଜାହିର କରିଛି।ଅନ୍ୟ ଦିଗରେ କଂଗ୍ରେସ ୩ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଏଥର ଖାତା ଖୋଲିପାରିନଥିଲା। ତେବେ ବିଜେଡିର ୧୨ ଜଣ ବିଜୟୀ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ହେଲେ ସମାରୀ ଟାଙ୍ଗୁଲ, ଅପର୍ଣ୍ଣା ମଣ୍ଡଳ, ବଳି ମାଝି, ସୁରଭୀ ଭୌମିକ, କୁନି ଭୁମିଆ, ଲକ୍ଷ୍ମୀପ୍ରିୟା ନାୟକ, ବିଜୟଲକ୍ଷ୍ମୀ ପଡିଆମି, ମୁକା ମାଡକାମୀ, ମମତା ପଡିଆମି, ସସ୍ମିତା ମାଝି, ହିରଣ୍ୟ ମୁଦୁଲି ଏବଂ ପତିତପାବନ ବୈଦ୍ୟ।
ସେହିପରି କଂଗ୍ରେସର ବିଜୟୀ ତିନି ଜଣ ହେଲେ ମଙ୍ଗୁ ଖିଲ, ବିନନ୍ତି ଖିଲ ଏବଂ କୃଷ୍ଣ ଚନ୍ଦ୍ର ଅନୁଗୁ। ଗତ ନିର୍ବାଚନରେ ବିଜେପି ଏକତରଫା ଭାବେ ୧୩ଟି ଆସନରୁ ୧୦ଟି ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ କରିଥିଲା।ବିଜେଡି ଗୋଟିଏ ଆସନ ଏବଂ କଂଗ୍ରେସ ଦୁଇଟି ଆସନ ପାଇ ସନ୍ତୁଷ୍ଟ ହୋଇଥିଲେ। ତେବେ ଏଥର ବିଜେଡିର ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଲକାନଗିରି ଜିଲ୍ଲା ଘନ ଘନ ଗସ୍ତ ଏବଂ ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରାଙ୍କ ତଦାରଖ ଯୋଗୁଁ କର୍ମୀମାନେ ଉତ୍ସାହର ସହ କାମ କରିଥିଲେ। ଯାହାର ଫଳସ୍ବରୂପ ବିଜେଡିକୁ ବିପୁଳ ସଫଳତା ମିଳିଥିଲା। ତେବେ ବିଜେପି ଯେତିକି ଆସନ ଆସିବ ବୋଲି ଅନୁମାନ କରିଥିଲା। ସବୁ ପାଣିରେ ପଡିଯାଇଥିଲା। ବିଶେଷକରି ବଙ୍ଗୀୟ ସଂପ୍ରଦାୟର ଲୋକେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଉଥିଲେ। କିନ୍ତୁ ଏଥର ସବୁ ଗଣିତ ଭୁଲ ହୋଇଗଲା। ବଙ୍ଗୀୟ ଭୋଟର ବି ବିଜେଡିକୁ ଗଲା।ବିଜେପି ଠାରୁ ମୁହଁ ଫେରାଇ ନେଲେ ବଙ୍ଗୀୟ ଭୋଟର। ତେବେ ଏହି ଫର୍ମୁଲା ଏବେ ପୌର ନିର୍ବାଚନରେ ବିଜେଡି ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

ସୋନିଆଙ୍କ ଅଧ୍ୟକ୍ଷତାରେ ବସିଲା ସିଡବ୍ଲ୍ୟୁସି ବୈଠକ

Sun Mar 13 , 2022
ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ଟି ରାଜ୍ୟର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଶେଚନୀୟ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି (ରବିବାର) ଅପରାହ୍ନରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ଡ଼କାଇଛନ୍ତି। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଏହି ବୈଠକରେ ସମସ୍ତ ୫ଟି ରାଜ୍ୟରେ ଦଳର ବିପର୍ଯ୍ୟୟ ଏବଂ […]
ସୋନିଆଙ୍କ ଅଧ୍ୟକ୍ଷତାରେ ବସିଲା ସିଡବ୍ଲ୍ୟୁସି ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial