କର୍ଣ୍ଣାଟକ ଉପନିର୍ବାଚନ : ୧୫ଟି ଆସନ ନିର୍ଦ୍ଧାରଣ କରିବ ୟେଦ୍ୟୁରାପ୍ପା ସରକାରର ଭବିଷ୍ୟତ

ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଇଛି । ଅନ୍ୟ କୌଣସି ଉପନିର୍ବାଚନ ତୁଳନାରେ ଏହି ଉପନିର୍ବାଚନର ଗୁରୁତ୍ୱ ବେଶ ଅଧିକ କାରଣ ଏହାର ଫଳାଫଳ ଉପରେ କର୍ଣ୍ଣାଟକରେ ଶାସନ କରୁଥିବା ବିଜେପି ସରକାରର ଭବିଷ୍ୟତ ନିର୍ଭର କରୁଛି । ଏହି ୧୫ଟି ଆସନରୁ ବିଜେପିକୁ ଅତି କମରେ ୭ଟି ଜିତିବାକୁ ପଡିବ, ନୋଚେତ ସରକାର ଭାଙ୍ଗିବା ନିଶ୍ଚିତ।
ଏସବୁ ଆସନର ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ-ଜେଡିଏସର ବିଧାୟକମାନେ ଅଯୋଗ୍ୟ ଘୋଷିତ ହେବା ପରେ ଏସବୁ ଆସନ ଖାଲି ରହିଛି । ଏବେ କର୍ଣ୍ଣାଟକରେ ମୋଟ ୧୭ ଟି ଆସନ ଖାଲିରହିଥିବାବେଳେ ୧୫ଟି ପାଇଁ ଉପ-ନିର୍ବାଚନ ହେଉଛି । ଆଇନଗତ ମାମଲା ଯୋଗୁଁ ଆଉ ୨ଟି ଆସନ ମାସକି ଓ ଆରଆର ନଗର ଉପନିର୍ବାଚନ ପରେ କରାଯିବ।
ଏହି ୧୫ଟି ଆସନର ଫଳାଫଳ ଉପରେ ହିଁ ୟେଦ୍ୟୁରାପ୍ପା ସରକାରଙ୍କ ଭାଗ୍ୟ ନିର୍ଭର କରିବ । ଏବେ ବିଧାନସଭାରେ ୨୦୮ ସଦସ୍ୟ ରହିଛନ୍ତି ଓ ବିଜେପିର ୧୦୫ ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ୧୦୭ ସଦସ୍ୟଙ୍କ ସମର୍ଥନ ୟେଦ୍ୟୁରପ୍ପାଙ୍କ ପ୍ରତି ରହିଛି । କିନ୍ତୁ ଏହି ୧୫ଟି ଆସନର ଫଳାଫଳ ଆସିବା ପରେ କର୍ଣ୍ଣାଟକ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୨୩କୁ ବୃଦ୍ଧି ପାଇବ ଓ ସରକାର ବଜାୟ ରଖିବାକୁ ବିଜେପିକୁ ୧୧୨ଟି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ । ଏଣୁ ବିଧାନସଭାରେ ବିଜେପିକୁ ୭ଟି ଆସନ ଜିତିବାକୁ ହେବ ।

Share Now:

Kalinga News Beuro

Leave a Reply

Next Post

ପୁଲିସ ଏନ୍‌କାଉଣ୍ଟର୍‌ରେ ହାଇଦ୍ରାବାଦ ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତ ନିହତ

Fri Dec 6 , 2019
ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ପୁଲିସ ଦାବି କରିଛି ଯେ ଅପରାଧ ଦୃଶ୍ୟର ପୁନଃସଂରଚନା ପାଇଁ ସେମାନଙ୍କୁ ଘଟଣାସ୍ଥଳକୁ ନିଆ ଯାଇଥିଲା। ସେଠାରୁ ଖସିଯିବାକୁ ଉଦ୍ୟମ କରିବା କାରଣରୁ ଏନ୍‌କାଉଣ୍ଟର୍‌ କରି ସେମାନଙ୍କୁ ମାରି ଦିଆଯାଇଛି। ରାତି ପ୍ରାୟ ୩ଟା ବେଳେ ଏହି ଏନ୍‌କାଉଣ୍ଟର୍‌ ହୋଇଥିବା ଜଣାପଡ଼ିଛି। ଲରି ଓ୍ଵାର୍କର୍‌ ଭାବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial