କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ : ନିଲମ୍ବନର ଦୁଇ ଦିନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ

କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି

ଯିଏ ନିଜ ଛାଇକୁ ଦେଖି ଡରେ, ସେ ଏଭଳି ପଦକ୍ଷେପ ନେଇଛି

ଭୁବନେଶ୍ୱର: ନିଲମ୍ବନ ଆଦେଶର ଦୁଇ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରରୁ ଆସିଛି। ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା। ପିସିସି ସଭାପତିଙ୍କ ସୁପାରିଶ କ୍ରମେ ମୋତେ ନିଲମ୍ବନ କରାଯାଇଛି। କଂଗ୍ରେସ ବିରୋଧରେ କୌଣସି କାମ କରିନାହିଁ। ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ। କଂଗ୍ରେସରୁ ନିଲମ୍ବନ କରିବା ମୋତେ ଦାରୁଣ ଆଘାତ ଦେଇଛି। ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦୂରେଇବାକୁ ଚେଷ୍ଟାରେ ଅଛନ୍ତି। ଯେଉଁଠି କଂଗ୍ରେସ ସ୍ଥିତି ଭଲ ରହିଛି, ସେଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି। ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟାରେ ଅଛନ୍ତି। କଂଗ୍ରେସକୁ ସୁଦୃଢ କରିବାକୁ ଭୁବନେଶ୍ୱରରେ ଏକ ସଭାର ଆୟୋଜନ କରାଇଥିଲୁ।
ସତ କହିବା ଯଦି ପାପ, ତେବେ ହଁ, ମୁଁ ପାପ କରିଛି। ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା ବୋଲି କୁହାଗଲା। ଧାମନଗର ଓ ପଦ୍ମପୁର ନିର୍ବାଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା। ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ୨୫ ବର୍ଷ ହେଲା ଜିତିନାହାନ୍ତି। ନିଲମ୍ବନ କାହା ପରାମର୍ଶରେ ନିଆଯାଇଛି ସେକଥା ମୁଁ ଜାଣେ ନାହିଁ। ମୁଁ ଜଣେ ସ୍ୱାଭିମାନୀ ଲୋକ, କାର୍ଯ୍ୟାନୁଷ୍ଠାନକୁ ଡରେ ନାହିଁ। ଦୁର୍ବଳ ଲୋକ ଅଭିଯୋଗ କରନ୍ତି, ମୁଁ କେଉଁଠି ଅଭିଯୋଗ କରିବି ନାହିଁ। ସେହିପରି ଚିରଞ୍ଜୀବ ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ସେ କହିଛନ୍ତି ଯେ ମୁଁ କଂଗ୍ରେସରୁ ଲଢ଼ିବି କି ସ୍ୱାଧୀନ ଭାବେ ଲଢ଼ିବି ତାହା ସମୟ ହିଁ କହିବ। ସେହିପରି ପିସିସି ସଭାପତିଙ୍କୁ ଇସାରା ଇସାରାରେ କହିଛନ୍ତି ଯେ ଯିଏ ନିଜ ଛାଇକୁ ଦେଖି ଡରେ, ସେ ଏଭଳି ପଦକ୍ଷେପ ନେଇଛି। ଗୋଡ ତଳେ ମାଟିନଥିବା ଲୋକ ହିଁ ଏଭଳି ପଦକ୍ଷେପ ନେଇଛି।

Share Now:

Kalinga News Beuro

Next Post

“ଏଇଟା ସୁପ୍ରିମକୋର୍ଟ, ପୋଷ୍ଟ ଅଫିସ ନୁହେଁ” : ରାଗିଲେ ଚନ୍ଦ୍ରଚୂଡ଼

Mon Jul 17 , 2023
“ଟ୍ରେନ କେଉଁଠି ରହିବ ତାହା କଣ ସୁପ୍ରିମକୋର୍ଟ ସ୍ଥିର କରିବେ ?” ନୂଆଦିଲ୍ଲୀ : ବେଳେବେଳେ ଏଭଳି ଅଜବ ମାମଲା ଅଦାଲତକୁ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଅଦାଲତରେ ଲକ୍ଷଲକ୍ଷ ମାମଲା ବିଚାରାଧୀନ ଥିବା ବେଳେ ଏହି ଅଜବ ମାମଲାକୁ ନେଇ ବିଚାରପତିମାନେ ଅସନ୍ତୋଷ ବ୍ୟକ୍ତ କରିବା ସ୍ୱାଭାବିକ। ନିକଟରେ କେରଳର ଜଣେ ଓକିଲଙ୍କ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା, ଯାହାର ଶୁଣାଣି ସମୟରେ ପ୍ରଧାନ […]
“ଏଇଟା ସୁପ୍ରିମକୋର୍ଟ, ପୋଷ୍ଟ ଅଫିସ ନୁହେଁ”

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial