“ଏଇଟା ସୁପ୍ରିମକୋର୍ଟ, ପୋଷ୍ଟ ଅଫିସ ନୁହେଁ” : ରାଗିଲେ ଚନ୍ଦ୍ରଚୂଡ଼

“ଏଇଟା ସୁପ୍ରିମକୋର୍ଟ, ପୋଷ୍ଟ ଅଫିସ ନୁହେଁ”

“ଟ୍ରେନ କେଉଁଠି ରହିବ ତାହା କଣ ସୁପ୍ରିମକୋର୍ଟ ସ୍ଥିର କରିବେ ?”

ନୂଆଦିଲ୍ଲୀ : ବେଳେବେଳେ ଏଭଳି ଅଜବ ମାମଲା ଅଦାଲତକୁ ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଅଦାଲତରେ ଲକ୍ଷଲକ୍ଷ ମାମଲା ବିଚାରାଧୀନ ଥିବା ବେଳେ ଏହି ଅଜବ ମାମଲାକୁ ନେଇ ବିଚାରପତିମାନେ ଅସନ୍ତୋଷ ବ୍ୟକ୍ତ କରିବା ସ୍ୱାଭାବିକ। ନିକଟରେ କେରଳର ଜଣେ ଓକିଲଙ୍କ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା, ଯାହାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଆବେଦନକାରୀଙ୍କ ଉପରେ ରାଗି ଯାଇ କହିଥିଲେ, ଆପଣ ଅଦାଲତକୁ ଡାକଘର ବୋଲି ଭାବିଛନ୍ତି କି ?
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍ ନରସିଂହ ଏବଂ ଜଷ୍ଟିସ ମନୋଜ ମିଶ୍ର କେରଳର ଜଣେ ଓକିଲଙ୍କ ଆବେଦନର ଶୁଣାଣି କରୁଥିଲେ। ଓକିଲ ଚାହୁଁଥିଲେ ଯେ କୋର୍ଟ ବନ୍ଦେ ଭାରତ ଟ୍ରେନ୍ ଯେପରି ତାଙ୍କ ନିଜ ଜିଲ୍ଲାରେ ମଧ୍ୟ ଅଟକିବ ସେଥିପାଇଁ ନିର୍ଦ୍ଦେଶ ଦିଅନ୍ତୁ। ଆପଣ ଚାହୁଁଛନ୍ତି ଯେ ବନ୍ଦେ ଭାରତ କେଉଁଠାରେ ଅଟକିବ ତାହା ଆମେ ସ୍ଥିର କରୁ। ଏହାପରେ ରାଜଧାନୀ ଏକ୍ସପ୍ରେସ କେଉଁଠି ରହିବ ସେ ଦିଗରେ ବି କାମ କରିବାକୁ ପଡ଼ିବ, ନୁହେଁ ? ଏହା ନୀତି ସହ ଜଡ଼ିତ ବିଷୟ, ଆପଣ (ରେଳ) କର୍ତ୍ତୃପକ୍ଷଙ୍କ ନିକଟକୁ ଯାଆନ୍ତୁ।

Share Now:

Kalinga News Beuro

Next Post

ପ୍ରଶାସନିକ ଅବହେଳା : ସତ୍ୟବିହାରବାସୀଙ୍କୁ ଦୁଃଖ ଦେଉଛି ଅଣ୍ଡରପାସ୍

Mon Jul 17 , 2023
୫ ବର୍ଷ ହେଲା ସରୁନି ସ୍ୱରେଜ ଯନ୍ତ୍ରଣା ଭୁବନେଶ୍ୱର: ବିଏମ୍‌ସିର ୫ନମ୍ବର ୱାର୍ଡ ଅନ୍ତର୍ଗତ ସତ୍ୟବିହାର ଏକ ବୃହତ୍‌ ଜନବସତି। ୫ଶହ ଏକର ବିଶିଷ୍ଟ ଏହି କଲୋନିର ୯ଶହ ଘରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ହେଲେ ଏତେସଂଖ୍ୟକ ଲୋକଙ୍କ ପାଇଁ ପ୍ରଶାସନ ଯେଭଳି ସୁବିଧା ସୁଯୋଗ ଯୋଗାଇଦେବା କଥା, କରିନାହିଁ। ଫଳରେ ଦୀର୍ଘ ୨୦ ବର୍ଷ ହେଲା ବିଭିନ୍ନ ମୌଳିକ ସମସ୍ୟା ସହ ଯୁଝି ହେଉଛନ୍ତି […]
ସନ୍ତୁଳି ହେଉଛନ୍ତି ସତ୍ୟବିହାରବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial