କଂଗ୍ରେସରୁ ନିଲମ୍ବନ ପରେ ଅସନ୍ତୋଷ ଝାଡ଼ିଲେ ମୋକିମ : ମୁଁ ଅନୁତପ୍ତ ନୁହଁ, କିଛି ଭୁଲ କରିନାହିଁ

କଂଗ୍ରେସରୁ ନିଲମ୍ବନ ପରେ ଅସନ୍ତୋଷ ଝାଡ଼ିଲେ ମୋକିମ୍

କଟକ: ଦଳ ବିରୋଧୀ କାର୍ଯ୍ୟ ଲାଗି କଂଗ୍ରେସରୁ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମମଦ ମୋକିମ୍। ସେ କହିଛନ୍ତି, ଏଆଇସିସି ଆମକୁ ଉତ୍ତର ମାଗିଥିଲା ଏବଂ ଉତ୍ତର ସନ୍ତୋଷଜନକ ନଥିଲା ବୋଲି ଆମେ ନିଲମ୍ବନ ହେଇଛୁ। କିନ୍ତୁ ଦଳ ବିରୋଧରେ ଆମେ କୌଣସି ଟିପ୍ପଣୀ ଦେଇନାହୁଁ କି ଦଳକୁ କ୍ଷତି କରିବା ଭଳି କାର୍ଯ୍ୟ କରିନାହୁଁ। ମୋର ବିଶ୍ୱାସ ଅଛି ଯିଏ ବି ଯାହା କରିଛି ଆଗାମୀଦିନରେ ସତ୍ୟାସତ୍ୟ ପ୍ରକାଶ ପାଇବ। ମୁଁ ନିଲମ୍ବିତ ହେଲା ପରେ ବି କଂଗ୍ରେସରେ ରହିବି। ଆଗାମୀ ଦିନରେ ଦଳକୁ ସୃଦୁଢ କରିବା ପାଇଁ କାର୍ଯ୍ୟ କରିବି। ଦଳ ନିଲମ୍ବନ କରିଛି ବହିଷ୍କାର କରିନାହିଁ। ଏ ବିଷୟରେ ଏଆଇସିସି ସହ ଆଲୋଚନା କରିବି। ଖରାପ ସମୟରେ କଂଗ୍ରେସ ସହ ଥିଲୁ।କଂଗ୍ରେସକୁ ମଜବୁତ କରୁଥିଲୁ।କିଛି ନୀଚ୍ଚ ସ୍ୱାର୍ଥ ବ୍ୟକ୍ତି, ଯେଉଁମାନଙ୍କର ଗୋଡ଼ ତଳେ ମାଟି ନାହିଁ ସେମାନେ ପଦାଧିକାରୀ ହେବା ପାଇଁ ଦଳର ମଙ୍ଗ ଧରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ବୋଲି ଜବାବ ରଖିଛନ୍ତି ମୋକିମ୍।
ପୁଣି ସେ କହିଛନ୍ତି, ଏ ଘଟଣା ନେଇ ମୁଁ ବିଚଳିତ ନୁହଁ। କିନ୍ତୁ ଏତିକି କହିବି ସଭାପତିଙ୍କର ଆମ ସହ ଆଲୋଚନା କରିବାର ଥିଲା। ଆଲୋଚନା ନ କରି ଜଣେ ବିଧାୟକ ଏବଂ କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଏକ ପାଖିଆ ଦିଲ୍ଲୀକୁ ଅଭିଯୋଗ ପଠାଇବା ଶୁଭ ସଂକେତ ନୁହଁ। ମୁଁ ଅନୁତପ୍ତ ନୁହଁ, କିଛି ଭୁଲ କରିନାହିଁ। କଂଗ୍ରେସ କୁ ସୃଦୁଢ କରିବା ପାଇଁ କାର୍ଯ୍ୟକ୍ରମ କରିଥିଲୁ। ମୁଁ କିଛି ଅସନ୍ତୋଷ ଜନକ କାର୍ଯ୍ୟ କରିନାହିଁ ଯେ ଏଆଇସିସିକୁ ସନ୍ତୋଷ ଜନକ ଉତ୍ତର ଦେବି। କଂଗ୍ରେସ ରେ ଅଛି ରହିବି କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବି।

Share Now:

Kalinga News Beuro

Next Post

୬୦ ଫୁଟ ତଳକୁ ଖସିଲା ରାମେଶ୍ୱର ମନ୍ଦିରର ଦଧିନଉତି

Sat Jul 15 , 2023
ଭୁବନେଶ୍ୱର: ଘଡ଼ଘଡ଼ି ଓ ବିଜୁଳି ମାରିବାରୁ ରାଜଧାନୀର ମାଉସୀ ମା ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ଟା ୧୦ ମିନିଟ ସମୟରେ ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏନେଇ ଭୟଭୀତ ହୋଇ ଯାଇଥିବା ବେଳେ ପରେ ଟେକ୍ନିକାଲ ଟିମ […]
ଖସିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial