୬୦ ଫୁଟ ତଳକୁ ଖସିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଖସିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର: ଘଡ଼ଘଡ଼ି ଓ ବିଜୁଳି ମାରିବାରୁ ରାଜଧାନୀର ମାଉସୀ ମା ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୦ଟା ୧୦ ମିନିଟ ସମୟରେ ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ଏନେଇ ଭୟଭୀତ ହୋଇ ଯାଇଥିବା ବେଳେ ପରେ ଟେକ୍ନିକାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି। ବର୍ଷା ଛାଡ଼ିବା ପରେ ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ଯୋଜନା ପରେ ଯୋଜନା, ପୁନରୁଦ୍ଧାର କେବେ? ବଡ଼ବଡ଼ିଆଙ୍କ ଦଖଲରେ ଗଙ୍ଗୁଆ

Sat Jul 15 , 2023
ଡ୍ରେନେଜ୍‌ ଡିଭିଜନ୍‌ ବଦଳରେ ବିଡିଏ କରିବ ସର୍ଭେ ଭୁବନେଶ୍ୱର : ସହରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରିବା ପାଇଁ ଏକମାତ୍ର ସାହା ଭରସା ହେଉଛି ଗଙ୍ଗୁଆ। ସହର ଦେଇ ଯାଇଥିବା ୧୦ଟି ପ୍ରାକୃତିକ ନାଳ ଗଙ୍ଗୁଆରେ ମିଶିଛି। ଗଙ୍ଗୁଆ ଏହି ସବୁ ବର୍ଜ୍ୟଜଳକୁ ନେଇ ଦୟାରେ ମିଶିଛି। ଭୁବନେଶ୍ୱରର ବର୍ଜ୍ୟଜଳ ବିଶୋଧିତ ହେଉନଥିବାରୁ ଏହା ଗଙ୍ଗୁଆ ଓ ଦୟାନଦୀର ପାଣିକୁ ଦୂଷିତ କରିଛି। ଏହି ଦୂଷିତ ପାଣି ଜନଜୀବନ ପ୍ରଭାବିତ […]
ବଡ଼ବଡ଼ିଆଙ୍କ ଦଖଲରେ ଗଙ୍ଗୁଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial