ଲକ୍‌ଡାଉନର ନୂଆ ନିୟମ ଜାରିକଲେ ରାଜ୍ୟ ସରକାର

ଲକ୍‌ଡାଉନର ନୂଆ ନିୟମ

ଭୁବନେଶ୍ବର: ରାଜ୍ୟରେ ତାଲାବନ୍ଦ କଟକଣାକୁ ଆଂଶିକ କୋହଳ କରାଯାଇଛି। କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା। ଏହି ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ସେପଟେ ଖୋର୍ଦ୍ଧା,ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏ ଦୋକାନ ବଜାର ଖୋଲା ରହିବ। ତେବେ ତାଲାବନ୍ଦ କଟକଣାକୁ କିଛି ମାତ୍ରାରେ କୋହଳ କାରାଯାଇଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାରେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ।
ଜାଣନ୍ତୁ ଏଥର ଲକ୍‌ଡାଉନ୍‌ରେ କ’ଣ ଖୋଲା ଓ କ’ଣ ବନ୍ଦ?
ରାଜ୍ୟରେ ଲକଡାଉନ୍ କଟକଣା ଆଂଶିକ କୋହଳ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହାରି ମଧ୍ୟରେ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ ଆସନ୍ତୁ ଜାଣିବା।
କଣ ବନ୍ଦ:
ଜୁଲାଇ ୧ ଯାଏ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ ରହିବ। ସିନେମା ହଲ, ମଲ୍, ଜିମ୍, ସୁଇମିଂ ପୁଲ ବନ୍ଦ ରହିବ। ସ୍ପା,ସେଲୁନ୍,ବିୟୁଟି ପାର୍ଲର ବନ୍ଦ ରହିବ। ସେହିଭଳି ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର।
କଣ ଖୋଲା:
ହସ୍ପିଟାଲ, ନର୍ସିଂହୋମ୍, ଟେଲିମେଡିସିନ୍ ସେବା ଜାରି ରହିବ। ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ। ଗ୍ୟାରେଜ, ପେଟ୍ରୋଲ ପମ୍ପ, ରୋଷେଇ ଗ୍ୟାସ୍, ମିସ୍ତ୍ରୀ କାମ ଜାରିରହିବ। ବ୍ୟାଙ୍କ୍ ,ଏଟିଏମ ସେବା ଜାରି ରହିବ। ୫୦% କର୍ମଚାରୀରେ ସରକାରୀ ଏବଂ ଘରୋଇ ଅଫିସ କାର୍ଯ୍ୟ ଜାରି ରହିବ।

Share Now:

Kalinga News Beuro

Next Post

ଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ : ନାକ ନାହିଁ, ଗୋଟିଏ ସ୍ଥାନରେ ଦୁଇଟି ଆଖି

Wed Jun 16 , 2021
ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲରେ ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଛି। ଶିଶୁର ନାକ ନଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି। ଶିଶୁଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ଏମ୍‌କେସିଜି ମେଡିକାଲର ବରିଷ୍ଠ ଶିଶୁରୋଗ ବିଭାଗ ଡା. ସୁନୀଲ କୁମାର ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ଏମ୍‌କେସିଜି ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି। ଜେନେଟିକ୍‌ ସମସ୍ୟା ଯୋଗୁଁ ଶରୀର ଗଠନରେ ଅସୁବିଧା ହୋଇ […]
ଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial