କଟକର ତାରକସି କାମକୁ ଜିଆଇ ମାନ୍ୟତା : ଶୁଭେଚ୍ଛା ଜଣା‌ଇଲେ ମୁଖ୍ୟମନ୍ତ୍ରୀ

କଟକ: ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ମାନ୍ୟତା ମିଳିଛି। କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ନେଇ ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି। ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ମାନ୍ୟତା ପାଇଥିବା ସମଗ୍ରୀ ତାଲିକା ୨୬କୁ ବୃଦ୍ଧି ପାଇଛି। କଟକର ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ମାନ୍ୟତା ମିଳିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ହ୍ୟାଣ୍ଡେଲରେ ଓଡ଼ିଶାବାସୀ ତଥା କଟକବାସୀ ଓ ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହା ଓଡିଶା ପାଇଁ ସମ୍ମାନର ବିଷୟ।
ସୂଚନାଯୋଗ୍ୟ କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା। ଏହି ଶିଳ୍ପ ଉପରେ ଶହଶହ ପରିବାର ନିର୍ଭରଶୀଳ। ୨୦୨୧ ମସିହା ଜୁଲାଇ ୭ତାରିଖରେ ଓଡିଶା ହସ୍ତକଳା ସମବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ ହୋଇଥିଲା। ଆବେଦନକୁ ବିଚାରକୁ ନେଇ କଟକ ତାରକସିର ଇତିହାସ ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବାକୁ ଏକ କନସଲଟାନ୍ସି ଫାର୍ମକୁ ଏହି ଦାୟିତ୍ଵ ଦିଆଯାଇଥିଲା। ଫାର୍ମର ସୁପାରିଶ କ୍ରମେ ତାମିଲନାଡୁର ଜିଆଇ ରେଜିଷ୍ଟ୍ରେସନ୍ ଉତ୍ପାଦର ନୋଡାଲ୍ ଅଫିସର୍ ପି.ସଞ୍ଜୟ ଗାନ୍ଧୀ କଟକ ରୁପା ତାରକସି ସମ୍ପର୍କରେ ୧୧୧ ପୃଷ୍ଟାର ରିପୋର୍ଟ ଜିଆଇ ରେଜିଷ୍ଟାରଙ୍କ ନିକଟରେ ଦାଖଲ କରିଥିଲେ। ଯେଉଁଥିରେ କଟକ ତାରକସିର ଐତିହ୍ୟ ଓ କାରିଗରୀ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଥିଲା। ଯାହାର ତର୍ଜମା କରି ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଆଇ ମାନ୍ୟତା ଦିଆଯାଇଛି। କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ପରେ ତାରକସି ସାମଗ୍ରୀ ଆହୁରି ଚମକିବ। ବିଶ୍ବ ବଜାରରେ ଏହାର ଚାହିଦା ବଢ଼ିବ। ଏଥି ସହିତ ବିଶ୍ବ ବଜାରରେ କଟକର ନିଖୁଣ କାରିଗରୀ ମିଳିବ। ଏହା ଦ୍ୱାରା କାରୀଗର ସଂଖ୍ୟା ଓ ସେମାନଙ୍କର ରୋଜଗାର ବଢ଼ିବ।

Share Now:

Kalinga News Beuro

Next Post

ଅନନ୍ତଙ୍କ ଭାଷଣ ଶୁଣି କାନ୍ଦି ପକାଇଲେ ମୁକେଶ ଅମ୍ବାନୀ

Sat Mar 2 , 2024
ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial