ଅନନ୍ତଙ୍କ ଭାଷଣ ଶୁଣି କାନ୍ଦି ପକାଇଲେ ମୁକେଶ ଅମ୍ବାନୀ


ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନ ଅର୍ଥାତ୍ ମାର୍ଚ୍ଚ ୧-୩ତାରିଖ ପର୍ଯ୍ୟନ୍ତ ବିବାହ ପର୍ବର କାର୍ଯ୍ୟକ୍ରମ ହୋଇଛି।
ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଅନନ୍ତ ଅମ୍ବାନୀଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁକେଶ ଅମ୍ବାନୀ କାନ୍ଦୁଥିବା ଦେଖାଯାଇଛି। ପୁଅ ଅନନ୍ତଙ୍କ ଛୋଟବେଳୁ ଥିବା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଶୁଣି ସେ କାନ୍ଦି ପକାଉଥିବା ଭିଡିଓରେ ଦେଖାଯାଇଛି। ଭିଡିଓରେ ଦେଖାଯାଇଛି ଯେ, ଅନନ୍ତ ପ୍ରଥମେ ତାଙ୍କ ମା’ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଉଛନ୍ତି। ୪ମାସ ହେଲା ବିବାହ ପ୍ରସ୍ତୁତି ପାଇଁ ଦିନ ରାତି କାମ କରୁଥିବାରୁ ଅନନ୍ତ ତାଙ୍କୁ ଓ ପୂରା ପରିବାରକୁ ଧନ୍ୟବାଦ ଜଣାଉଛନ୍ତି। ଏହା ପରେ ଛୋଟବେଳୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବା ବେଳେ ପରିବାର ବିଶେଷ କରି ତାଙ୍କ ବାପା-ମା’ କିଭଳି ତାଙ୍କୁ ଏହାର ସାମ୍ନା କରିବାକୁ ପ୍ରେରଣା ଦେଇଆସିଛନ୍ତି, ସେ ବିଷୟରେ ବ୍ୟକ୍ତ କରୁଛନ୍ତି ଅନନ୍ତ। ଏହା ଶୁଣି ମୁକେଶ କାନ୍ଦି ପକାଉଥିବା ଦେଖାଯାଇଛି।

Share Now:

Kalinga News Beuro

Next Post

ସର୍ବଭାରତୀୟ ରାଇଜିଂ ଟ୍ରଫି ଭଲିବଲ ଆରମ୍ଭ

Sat Mar 2 , 2024
ରାଉରକେଲା: ସେକ୍ଟର-୨୦ ରାଇଜିଂ ପଡ଼ିଆରେ ଶନିବାରଠାରୁ ୭ମ ସର୍ବଭାରତୀୟ ରାଇଜିଂ ଟ୍ରଫି ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ ଏକତରଫା ହୋଇଥିଲା। ଓଡ଼ିଶା ଦଳ ଲାଗ୍‌ ଲାଗ୍‌ ଦୁଇ ସେଟ୍‌(୨୫-୧୭ ଓ ୧୫-୨୩)କୁ ଜିତିନେଇ ବିଜୟୀ ହୋଇଛି। ଓଡ଼ିଶା ଦଳର ଅନୀଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ସେହିଭଳି ଦ୍ଵିତୀୟ ମ୍ୟାଚ୍‌ରେ ଗୁଜୁରାଟ୍‌ ୨-୦ ସେଟ୍‌ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial