ପୁରୀରେ ହେବ ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ସଂଗ୍ରହାଳୟ ଓ କେନ୍ଦ୍ରୀୟ ପାଠାଗାର

ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ସଂଗ୍ରହାଳୟ

ପୁରୀ: ପୁରୀରେ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ସମାଜସେବୀ ଦିଲ୍ଲୀପ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ୟୁକେ, ଆମେରିକା, ଆଫ୍ରିକା, ମୁମ୍ବାଇ, ଛତିଶଗଡ଼ ଓ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଏହି ବୈଠକରେ ଯୋଗଦାନ କରିଥିଲେ। ବୈଠକରେ ପୁରୀଠାରେ ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ଏକ ସଂଗ୍ରହାଳୟ ଓ କେନ୍ଦ୍ରୀୟ ପାଠାଗାର ସ୍ଥାପନ ହେବ ବୋଲି ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଡକ୍ଟର ଭାସ୍କର ମିଶ୍ର ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଓ ନିର୍ଦ୍ଦେଶକ ଭାବେ ବରିଷ୍ଠ ସାମ୍ବାଦିକ ଚାରୁ କଲ୍ୟାଣ ମହାପାତ୍ର, କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଡଃ ହର ପ୍ରସନ୍ନ ଦାସ, ଡଃ ଭଗବାନ ପଣ୍ଡା, ଡଃ ପଂଚାନନ ଶତପଥୀ, ରମେଶ ବିଶ୍ବାଳ, ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ଡଃ ଜଗବନ୍ଧୁ ମିଶ୍ର, ପ୍ରାଧ୍ୟାପକ ସୁନୀଲ ରଥ, ବରିଷ୍ଠ ସେବାୟତ ବିଶ୍ବନାଥ ସାମନ୍ତରା, ନାଇଜେରିଆର ସଂଗ୍ରାମ ପଟ୍ଟନାୟକ ଓ ଅନ୍ୟ ବ୍ୟକ୍ତି ବିଶେଷମାନେ ଯୋଗଦେଇଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ମହିଳା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ : ୩ ଅଭିଯୁକ୍ତ ଗିରଫ

Thu Jan 5 , 2023
ଭୁବନେଶ୍ୱର: ରାଜଧାନୀରେ ମହିଳା ପୁଲିସ ଏସଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ କମିସନରେଟ୍ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୁନା ଚନ୍ଦ୍ର ସାହୁ (୨୩), ପ୍ରଦୀପ ବେହେରା(୩୫) ଓ ଅରବିନ୍ଦ ମହାକୁଡ଼(୨୮)। ଏଥିସହ ଘଟଣାରେ ବ୍ୟବହୃତ ଇନୋଭା କାର୍ ମଧ୍ୟ ଜବତ ହୋଇଛି। ସୂଚନାଯୋଗ୍ୟ, ନୂଆବର୍ଷ ରାତିରେ ମହିଳା ଥାନା ପୁଲିସ୍ ଏସ୍ଆଇ ଶୁଭଶ୍ରୀ ନାୟକ ଥାନାରୁ ଡ୍ୟୁଟି ସାରି ନିଜ […]
ଏସଆଇଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial