ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷ କୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବ ବୟସରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ୱାଧୀନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ ବୋଲି ସେ କହିଛନ୍ତି। ସ୍ୱର୍ଗତ ନାୟକଙ୍କ ଶେଷ କୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବୟସାଧିକ୍ୟ କାରଣରୁ ସେ ଗତ ୨୪ ତାରିଖ ଠାରୁ ମେଡିସିନ ବିଭାଗର ଆଇସିୟୁରେ ୩ ଦିନ ଧରି ଚିକିତ୍ସିତ ହେଉଥିଲେ। ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ସ୍ୱାଧୀନତା ସଂଗ୍ରାମୀ ରାଜ୍ୟ ସଭାପତି ଥିଲେ। ସ୍ୱର୍ଗତ ନୀଳମଣି ସାମଲ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ବାଲିପଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ବେଳେ ସେ ୩ ବର୍ଷ ଜେଲରେ ରହିଥିଲେ। ଏହାସହ ସେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ।
ସୂଚନାଯୋଗ୍ୟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ ହେବା ପରେ ଗତ ୨୪ ତାରିଖ ଦିନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ବ୍ୟବସ୍ଥା କରିଥିଲେ। ଜିଲ୍ଲାପାଳଙ୍କ ପରାମର୍ଶରେ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀ ସାମଲଙ୍କୁ ତାଙ୍କ ବାସଭବନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା।

Share Now:

Kalinga News Beuro

Next Post

୨୨ ଭାରତୀୟ ଥିବା ପଣ୍ୟବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼

Sat Jan 27 , 2024
ନୂଆଦିଲ୍ଲୀ: ୨୨ ଜଣ ଭାରତୀୟ ଥିବା ବ୍ରିଟିଶ ତୈଳ ଟ୍ୟାଙ୍କର ମାର୍ଲିନ ଲୁଆଣ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାନୁଆରି ୨୬ ମଧ୍ୟ ରାତ୍ରରେ ହୁତିମାନଙ୍କ ଦ୍ୱାରା ଏହି ପଣ୍ୟବାହୀ ଜାହଜକୁ ଟାର୍ଗେଟ କରାଯାଇଥିଲା। ଏହି ଜାହାଜରେ ୨୨ ଜଣ ଭାରତୀୟ ଅଛନ୍ତି। ଭାରତୀୟ ନୌସେନା ନିଆଁ ଲିଭାଇବା କାର୍ଯ୍ୟରେ ସହଯୋଗ କରୁଛି। ନୌସେନା କହିଛି ଯେ ଜାନୁଆରି ୨୬ ତାରିଖ ରାତିରେ ଏହି ତୈଳ ବୋଝେଇ ଜାହାଜରୁ ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial