ଯେତେ ଶୀଘ୍ର ଜଣେ ଉପରକୁ ଉଠିବ, ସେତେଶୀଘ୍ର ଖସିବ : ଅମର ଶତପଥୀ

ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବିଜେଡି ଭିତରେ ନେତାଙ୍କ ବିରୋଧ ଥମିବାର ନାମ ନେଉନାହିଁ। ବିଜେଡିର ପରାଜୟ ପରେ ଏବେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ ପାଣ୍ଡିଆନ କେବେ ରାଜନୀତିରେ ନଥିଲେ। ହଠାତ୍ ଉତ୍ଥାନ ହେଲେ ଶୀଘ୍ର ପତନ ମଧ୍ୟ ହୋଇଥାଏ। କ୍ଷମତାରେ ରହି ରାଜନୀତି କରିବା ଓ ବିରୋଧୀ ଦଳରେ ରହିବା ମଧ୍ୟରେ ବହୁତ ଫରକ ଥାଏ। ତେଣୁ ଦଳ ବିରୋଧୀ ଦଳରେ ବସିବାକୁ ଥିବାରୁ ସେ ଏହି ଭଳି ନିଷ୍ପତ୍ତି ନେଇଛନ୍ତି।
ତେବେ ୨୦୨୪ ନିର୍ବାଚନ ପ୍ରକ୍ରିୟାରେ ମୋତେ ପ୍ରତ୍ୟକ୍ଷ ଭାବେ ସାମିଲ କରିନଥିଲା ବିଜେଡି। ଟିକେଟ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ସହ ନିର୍ବାଚନ ପରିଚାଳନାରେ ଅନେକ ତ୍ରୁଟି ରହିଥିଲା। ତେଣୁ ଏହି ନିର୍ବାଚନରେ ଦଳ ପରାଜୟ ବରଣ କଲା। ଏହା ସହ ଆଜି ଭୁବନେଶ୍ୱରରେ ଅମର ଶତପଥୀ ନିଜ ସମର୍ଥକମାନଙ୍କୁ ନେଇ ଏକ ବୈଠକ କରିଛନ୍ତି।

Share Now:

Kalinga News Beuro

Next Post

ଅପରିବର୍ତ୍ତିତ ରହିଲା ଅଶ୍ୱିନୀ, ଧର୍ମେନ୍ଦ୍ର ଓ ଜୁଏଲଙ୍କ ମନ୍ତ୍ରାଳୟ

Mon Jun 10 , 2024
ଭୁବନେଶ୍ୱର: ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦୀ ମନ୍ତ୍ରିମଣ୍ଡଳର ହୋଇଛି ବିଭାଗ ବଣ୍ଟନ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି। ପୂର୍ବ ସରକାରରେ ବି ଏହି ତିନିଜଣ ଏହି ମନ୍ତ୍ରାଳୟର ମନ୍ତ୍ରୀ ଥିଲେ। ଜୁଏଲ ତୃତୀୟ ଥର ପାଇଁ ଏହି ମନ୍ତ୍ରାଳୟର ମନ୍ତ୍ରୀ ହୋଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial