ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୂଆଡିହି ପାଖ ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଲେ ନୂଆଡିହିର ଅନୀଲ ତିର୍କୀ (୨୧)। ସୂଚନାରୁ ଜାଣିବାକୁ ମିଳିଛି ଯେ ୧୫ ବର୍ଷର ନାବାଳିକା ଜଙ୍ଗଲକୁ ଶୁଖିଲା ଜାଳେଣି କାଠ ଆଣିବାକୁ ଯାଇଥିଲେ। ଠିକ୍ ଏହି ସମୟରେ ଅନୀଲ ତାଙ୍କ ପଛରେ ଯାଇ ଜଙ୍ଗଲ ଭିତରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହା ପରେ କାହାକୁ କିଛି କହିଲେ ଜୀବନରେ ମାରିଦେବାର ଧମକ ଦେଇ ଅନୀଲ ଗାଁକୁ ଚାଲି ଆସିଥିଲେ। ନାବାଳିକା କାନ୍ଦି କାନ୍ଦି ଘରକୁ ଆସି ସବୁ କଥା କହିବା ପରେ ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଅନୀଲକୁ ଗିରଫ କରିଛି।

Share Now:

Kalinga News Beuro

Next Post

ଅବ୍ୟବସ୍ଥାର ଅନ୍ୟ ନାମ କ୍ୟାପିଟାଲ ହସ୍ପିଟାଲ

Thu Mar 10 , 2022
ଡାକ୍ତର ଆସିଲେନି, ଧାରଣାରେ ବସିଲେ ରୋଗୀ ଭୁବନେଶ୍ୱର: ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଏକ ଅଭା‌ବନୀୟ ଦୃଶ୍ୟ। ବଡ଼ ଆଶାରେ ଡାକ୍ତରଙ୍କୁ ଦେଖା କରିବାକୁ ଆସିଥିବା ରୋଗୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ନ୍ୟୁରୋଲୋଜି ବିଭାଗ ପାଇଁ ଉଦ୍ଦିଷ୍ଟ ଓପିଡି କାଉଣ୍ଟର ନିକଟରେ ରୋଗୀମାନଙ୍କୁ ଧାରଣା ଦେଇଥିବା ଦେଖାଯାଇଥିଲା। ସପ୍ତାହକୁ ମାତ୍ର ତିନି ଦିନ ରୋଗୀ ଦେଖୁଥିବା ନ୍ୟୁରୋଲୋଜି ଡାକ୍ତର ଆଜି ପାଳି ଥିବା ସତ୍ତ୍ବେ ଆସିନଥିବାରୁ ରୋଗୀମାନେ […]
ଅବ୍ୟବସ୍ଥାରେ କ୍ୟାପିଟାଲ ହସ୍ପିଟାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial