ଆସାମରେ ହିଂସା ଜାରି, ଶାନ୍ତି ବଜାୟ ରଖିବାକୁ ନିବେଦନ କଲେ ମୋଦୀ

ରାଞ୍ଚି : ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ଆସାମ, ତ୍ରିପୁରା ପ୍ରଭୃତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ହିଂସାକାଣ୍ଡ ଦେଖାଦେଇଛି । ଆସାମରେ ଗତ କାଲିଠାରୁ ୪୮ ଘଣ୍ଟା ପାଇଁ କର୍ଫ୍ୟୁ ଲଗାଯାଇଛି ଓ ଇଣ୍ଟରନେଟ୍‌ ବନ୍ଦ କରାଯାଇଛି । ରାଜ୍ୟ ସରକାର ଗୁଆହାଟୀ ପୁଲିସ ମୁଖ୍ୟଙ୍କୁ ବଦଳି କରିଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ଝାଡ଼ଖଣ୍ଡର ଧନବାଦଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳବାସୀଙ୍କ ସ୍ୱାର୍ଥରକ୍ଷା କରାଯିବ । “ ବାବା ଭୋଳାନାଥଙ୍କ ଭୂମିରୁ କହୁଛି, ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ ଆସାମ ଓ ଅନ୍ୟ ଉତ୍ତର-ପୂର୍ବାଞ୍ଚଳବାସୀଙ୍କ ସଂସ୍କୃତି, ପରମ୍ପରା ଓ ଭାଷା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସେମାନଙ୍କ ସ୍ୱାର୍ଥରକ୍ଷା କରାଯିବ । ସେମାନେ ମୋଦୀ ସରକାର ଉପରେ ଭରସା ରଖନ୍ତୁ, ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ଆମେ ବଚନବଦ୍ଧ । ଗତ ୫ ବର୍ଷରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ମୁଁ ଯେତିକି ଗସ୍ତ କରିଛି ପୂର୍ବରୁ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ସେତେ କରିନାହାନ୍ତି ” ମୋଦୀ କହିଛନ୍ତି । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ନାଗରିକତା( ସଂଶୋଧନ) ବିଲକୁ ନେଇ ବିଭ୍ରାନ୍ତି ସୃଷ୍ଟି କରାଯାଉଛି । ଉତ୍ତର-ପୂର୍ବାଞ୍ଚଳବାସୀ ଏପରି କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।

Share Now:

Kalinga News Beuro

Leave a Reply

Next Post

ଭାରତର ନାଗରିକତା ସଂଶୋଧନ ଆଇନ ଉପରେ ଜାତିସଂଘର ନଜର

Fri Dec 13 , 2019
ନୂଆଦିଲ୍ଲୀ : ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବାପରେ ଆଜି ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିଛି । ଏହା ସହିତ ଏହି ବିଲ୍‌ଟି ଆଇନରେ ପରିଣତ ହୋଇଛି । ତେବେ ଏହି ଆଇନ ପ୍ରତିବାଦରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ହିଂସା ଅବ୍ୟାହତ ରହିଛି । ସବୁଠାରୁ ଅଧିକ ହିଂସା ଆସାମରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏହି ଆଇନ ଉପରେ ମିଳିତ ଜାତିସଂଘ ପକ୍ଷରୁ ଅତ୍ୟନ୍ତ ସତର୍କତାର ସହ ପ୍ରତିକ୍ରିୟା ଦିଆଯାଇଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial