ବିଧାୟକ ହେଲେ ରିକ୍ସା ଚାଳକ ଈଶ୍ୱର

ନୂଆଦିଲ୍ଲୀ: ରବିବାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସାନ୍ତ୍ୱନା ମୂଳକ ଭାବେ ବିଜୟୀ ହୋଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ ସେମାନେ ନିଜର ଆସନ ହରାଇ ଦେଇଛନ୍ତି। ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ହେଉଛି ଈଶ୍ୱର ସାହୁ। ବେମେତରା ଜିଲ୍ଲାରେ ସାଜା ଆସନରୁ କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କୁ ବିଜେପିର ପ୍ରାର୍ଥୀ ଈଶ୍ୱର ସାହୁ ହରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଛଅଥର ବିଧାୟକ ରହିଥିବା ରବୀନ୍ଦ୍ରଙ୍କୁ ଈଶ୍ୱର ୫,୧୯୬ଟି ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି।
ନିର୍ବାଚନ ଲଢ଼ିବା ପୂର୍ବରୁ ଈଶ୍ୱର ସାହୁ ନାଗପୁରରେ ପରିବା ବିକ୍ରି କରିବା ସହିତ ରିକ୍ସା ଚଲାଇ ପରିବାରର ପେଟ ପୋଷୁଥିଲେ। ବିଧାନସଭା ନିର୍ବାଚନରେ ଈଶ୍ୱର ସାହୁଙ୍କୁ ପ୍ରାର୍ଥୀ କରି ବିଜେପି ରାଜ୍ୟରେ ତାଙ୍କ ଛବିକୁ ହିନ୍ଦୁତ୍ୱର ପ୍ରସଙ୍ଗ କରିଥିଲା। ଯାହାର ପ୍ରଭାବ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପି ପକ୍ଷରେ ଯାଇଥିବା ଦେଖିବାକୁ ମିଳିଛି। ଈଶ୍ୱର ସାହୁଙ୍କ ସମ୍ପତ୍ତି କଥା କହିବାକୁ ଗଲେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ସୂଚନା ଅନୁସା‌ରେ ଈଶ୍ୱର ସାହୁଙ୍କ ପାଖ‌ରେ ୧୧ଲକ୍ଷ ୫୦ହଜାର ୨୭୦ଟଙ୍କାର ନଗଦ ଟଙ୍କା ରହିଛି। ଯାହାକି ବିଜେପି ନେତାମାନେ ତାଙ୍କୁ ଦେଇଥି‌ଲେ। ସେହିପରି ତାଙ୍କ ସ୍ତ୍ରୀ ସତୀ ସାହୁଙ୍କ ନାମରେ ୫ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ବିଧାନସଭା ନିର୍ବାଚନରେ ୫ହଜାରରୁ ଅଧିକ ଭୋଟରେ ଜିତିଥିବା ଈଶ୍ୱର ସାହୁ ସବୁଠାରୁ ଗରିବ ବିଧାୟକ ରହିଛନ୍ତି।

Share Now:

Kalinga News Beuro

Next Post

ଶିଶୁପାଳଗଡ଼ରେ ଚାଞ୍ଚଲ୍ୟ : ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର

Tue Dec 5 , 2023
ବାଲିଅନ୍ତା: ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପପୁନି ସ୍ୱାଇଁ। ତାଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ପିଏଚଡିରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ କିଛି ବର୍ଷ ହେଲା ପପୁନି ଓ ଶିଶୁପାଳଗଡ଼ର ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏପରିକି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial