ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ମିଳିଥିବା ସୂଚନା ଅନୁସାରେ ୩ୟ ପର୍ଯ୍ୟାୟରେ ୫୪ ପ୍ରତିଶତ ମତଦାନ ହୋଇଛି। ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ଦ୍ବାରା ବୁଥ ବାହୁଡ଼ା ମତାମତ ସର୍ଭେ ବା ଏକଜିଟ ପୋଲ ସର୍ଭେ ପ୍ରକାଶ ପାଇଛି। ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ବାଧୀନ ମହାଗଠବନ୍ଧନ ଏନଡିଏ ତୁଳନାରେ ଆଗୁଆ ଥିବା ଦର୍ଶାଯାଇଛି। ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ଥିବାବେଳେ ସରକାର ଗଢିବା ପାଇଁ ଅନ୍ୟୁନ ୧୨୨ଟି ଆସନ ଆବଶ୍ୟକ। ରିପବ୍ଲିକ-ଜନ କୀ ବାତର ରିପୋର୍ଟ ଅନୁସାରେ ଏହି ନିର୍ବାଚନରେ ଏନଡିଏ ୯୧-୧୧୭ଟି ଓ ମହାଗଠବନ୍ଧନ ୧୧୮ରୁ ୧୩୮ଟି ଆସନ ପାଇବ। ସେହିପରି ଟାଇମ୍ସ ନାଓ-ସିଭୋଟରର ସର୍ଭେ ଅନୁସାରେ ଏନଡିଏ ୧୧୬ଟି ଓ ମହାଗଠବନ୍ଧନ ୧୨୦ଟି ଆସନ ପାଇବ। ଅନ୍ୟପକ୍ଷରେ ଏବିପି-ସିଭୋଟର ଅନୁସାରେ ଏନଡିଓ ୧୦୪-୧୨୮ ଓ ମହାଗଠବନ୍ଧନ ୧୦୮ରୁ ୧୩୧ଟି ଆସନ ପାଇବ।
ଏକଜିଟ୍ ପୋଲ : ବିହାରରେ ଆରଜେଡ଼ି ମେଣ୍ଟ ସରକାର ଗଢିବା ସମ୍ଭାବନା
Share Now: