ବିଧାନସଭାରେ ଅତନୁଙ୍କୁ ଘେରିଲେ ନରସିଂହ ଓ ତାରା

ଅତନୁଙ୍କୁ ଘେରିଲେ ନରସିଂହ ଓ ତାରା

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଆଦି‌କୁ ନେଇ ଆଲୋଚନା ଚାଲିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ବାହିନୀପତି। ଆଜି ପ୍ରଶ୍ନକାଳରେ ବିଭିନ୍ନ ପ୍ରଶ୍ନର ଉତ୍ତର କ୍ରମରେ ମନ୍ତ୍ରୀ ରଖିଥିବା ତଥ୍ୟକୁ ନେଇ ସମାଲୋଚନା କରିଥିଲେ ଶ୍ରୀ ମିଶ୍ର ଓ ଶ୍ରୀ ବାହିନୀପତି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ କହିଛନ୍ତି, ‘‘ରାଜ୍ୟରେ ସରକାରୀ ମହାବିଦ୍ୟାଳୟର ସଂଖ୍ୟା ୨୩୭୩। ସେଥିରେ ୩୮୫ ଅଧ୍ୟାପକ ପଦ ଖାଲି ପଡ଼ିଛି। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ସଂଖ୍ୟା ରହିଛି ୨୯୮, ମଞ୍ଜୁରୀ ପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକା ସଂଖ୍ୟା ୨୩୭୩ ରହିଥିବା ବେଳେ ଖାଲି ପଡ଼ିଥିବା ଅଧ୍ୟାପକ ସଂଖ୍ୟା ୧୦୬୫। ଅଧ୍ୟାପକ ପଦବୀ ପୂରଣ ଲାଗି ଏସଏସବିଙ୍କୁ ନିର୍ଦେଶ ଦିଆଯାଇଛି।’’ ସେହିପରି କଲେଜର ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର। ସେ କହିଛନ୍ତି, ‘‘କେବିକେ ଜିଲ୍ଳାର ବିକାଶ ତଳ ଆଡୁ ହେଉଛି। ବିକାଶ କଥା କହିବା ବେଳେ ରାଜ୍ୟ ସରକାରଙ୍କୁ ଲାଜ ଲାଗୁନାହିଁ ।’’

Share Now:

Kalinga News Beuro

Next Post

ପରଲୋକରେ ଭାରତର ‘ସବୁଜ ବିପ୍ଳବ’ର ଜନକ ଏମ୍. ଏସ୍‌. ସ୍ୱାମୀନାଥନ

Thu Sep 28 , 2023
ଚେନ୍ନାଇ: ପ୍ରଖ୍ୟାତ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ଜନକ ମନକୋମ୍ବୁ ସମ୍ବାସିବନ୍‌ ସ୍ୱାମୀନାଥନ୍‌ଙ୍କର ଆଜି ସକାଳେ ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାରେ ଜନ୍ମିତ ସ୍ୱାମୀନାଥନ୍‌ଙ୍କୁ ମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା। ଏମ୍‌. ଏସ୍‌. ସ୍ବାମୀନାଥନ୍‌ ଆଳୁ, ଗହମ, ଧାନ ଓ ଝୋଟ ବା ନଳିତାର ଗୁଣସୂତ୍ର ଉପରେ ଗବେଷଣା ଆରମ୍ଭ କରି ୧୯୪୯ରେ ନିଜର କ୍ୟାରିୟର୍‌ […]
ପ୍ରଖ୍ୟାତ କୃଷି ବିଜ୍ଞାନୀ ଏମ୍. ଏସ୍‌. ସ୍ବାମୀନାଥନ୍‌ଙ୍କ ଦେହାନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial