ଭୁବନେଶ୍ୱର ରାସ୍ତା ଉପରେ ଜଳିଗଲା ବସ:ବସ ମାଲିକଙ୍କୁ ନେଇ ଆସିଲା ସଙ୍ଗୀନ ତଥ୍ୟ

ଭୁବନେଶ୍ୱର: ରାଜଧାନୀ ରାସ୍ତା ଉପରେ ଜଳିଗଲା ବସ । ଭୁବନେଶ୍ୱରର ଶହୀଦନଗର ରାସ୍ତା ଉପରେ ଠିଆ ହୋଇଥିବା ବସରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ମିଳିଥିବା ସୂଚନା ମୁତାବକ ବସ୍ ନମ୍ବର – କେଏ ୦୧ ଡି ୫୧୮୦ରେ ଆଜି ଦିନ ୨ଟା ସମୟରେ ହଠାତ ଧୂଆଁ ବାହାରିଥିଲା | ଏହା ପରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା ଓ କିଛି ସମୟ ମଧ୍ୟରେ ବସଟି ଜଳିଯାଇଥିଲା | ସ୍ଥାନୀୟ ଲୋକ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ | ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି | ତେବେ କେଉଁ କାରଣ ପାଇଁ ବସରେ ନିଆଁ ଲାଗିଲା ତାହା ଜଣାପଡ଼ିନଥିବାବେଳେ ବସ ମାଲିକଙ୍କୁ ନେଇ ପ୍ରତ୍ୟକ୍ଷଦର୍ଶୀ ସଙ୍ଗୀନ ତଥ୍ୟ ଦେଇଛନ୍ତି |
ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୩ ବର୍ଷ ତଳେ କେହି ଜଣେ ଅଜଣା ବ୍ୟକ୍ତି ବସଟିକୁ ଆଣି ଶହୀଦନଗରର ଏହି ସ୍ଥାନରେ ରଖି ଫେରାର ହୋଇଯାଇଥିଲେ | ସେହିଦିନଠାରୁ ପରିତ୍ୟକ୍ତ ଅବସ୍ଥାରେ ବସଟି ପଡ଼ିରହିଛି | ରେଜିଷ୍ଟ୍ରେସନ ନମ୍ବରରୁ ବସଟି କର୍ଣ୍ଣାଟକ ରାଜ୍ୟର ବୋଲି ଜଣାପଡିଛି |

Share Now:

Kalinga News Beuro

Leave a Reply

Next Post

ଆରମ୍ଭ ହେଲା ବିରଳ ବଳୟ ସୂର୍ଯ୍ୟୋପରାଗ: ୧୧ଟା ୨୮ ମିନି୍‌ଟରେ ଶେଷ ହେବ

Thu Dec 26 , 2019
ଭୁବନେଶ୍ୱର: ଆରମ୍ଭ ହୋଇଛି ବିରଳ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଉଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇଛି ଏବଂ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ଅଂଶ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେବ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial