ବଣବୁଦାରେ ପୂର୍ଣ୍ଣ ବେତେଣ୍ଡା-ଆଣ୍ଠୁଆରି ମାଇନର ରାସ୍ତା

ବଣବୁଦାରେ ପୂର୍ଣ୍ଣ ବେତେଣ୍ଡା-ଆଣ୍ଠୁଆରି ମାଇନର ରାସ୍ତା

ବାଲିଅନ୍ତା ବଜାର: ପ୍ରତାପରୁଦ୍ରପୁର ପଞ୍ଚାୟତ ଦେଇ ଯାଇଥିବା ବେତେଣ୍ଡା-ଆଣ୍ଠୁଆରି ମାଇନର କେନାଲ ରାସ୍ତା ବଣବୁଦାରେ ଭର୍ତ୍ତି ହୋଇରହିଛି। ପ୍ରାଚୀ ସବ୍‌ଡିଭିଜନ ଅଧୀନରେ ଥିବା ଏହି ରାସ୍ତାର ନବୀକରଣ କରାଯାଉନଥିବାରୁ ସ୍ଥାନୀୟ ଲୋକେ ବହୁ ଯାତାୟାତ ପାଇଁ ବହୁ ସମସ୍ୟାରେ ପଡ଼ୁଛନ୍ତି। ଏବେ ରାସ୍ତାରେ ଖାଲଖମା ଯେତିକି ସମସ୍ୟା ବଢ଼ାଉଛି, ରାସ୍ତା ଉପରକୁ ମାଡ଼ିଆସିଥିବା ବଣବୁଦା ସେତିକି ବିପଦର କାରଣ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ପ୍ରତାପରୁଦ୍ରପୁର, ଜୟଦେବ ଓ ବିଶରପୁର ଗାଁ ଲୋକେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ସେମାନେ ବିଲବାଡ଼ିକୁ ଏହି ରାସ୍ତାରେ ହିଁ ଯା’ଆସ କରୁଛନ୍ତି। କିନ୍ତୁ ଏବେ ରାସ୍ତାର ଅବସ୍ଥା ଏତେ କଦର୍ଯ୍ୟ ଯେ ଦିନବେଳା ବି ଯାତାୟାତ କରିବା କାଠିକର ପାଠ ହେଉଛି। ଖାଲଖମା ସାଙ୍ଗକୁ ରାସ୍ତାକଡ଼ର ବଣବୁଦା ଭୟଙ୍କର ପରିବେଶ ସୃଷ୍ଟି କରୁଛି। ସ୍କୁଲ କଲେଜ ପିଲାମାନେ ବେଶି ସମସ୍ୟାରେ ପଢ଼ୁଛନ୍ତି। ରାତିରେ ବେଶି ଭୟଙ୍କର ଅବସ୍ଥା। ବିନା ଲାଇଟ୍‌ରେ ଯା’ଆସ ମୁସ୍କିଲ। ମାତ୍ର ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ଏହି ରାସ୍ତାର ମରାମତି କରାଯାଉନାହିଁ କି ରାସ୍ତାରୁ ବଣବୁଦା ସଫା କରାଯାଉନାହିଁ। ସ୍ଥାନୀୟ ଗ୍ରାମବାସୀମାନଙ୍କ କହିବା କଥା ୨୦୦୭ ମସିହାରେ କୁଶଭଦ୍ରା ନଦୀରେ କୁଳସାହି ନିକଟରେ ୩ ଶହ ଫୁଟ୍‌ର ଘାଇ ହୋଇଥିଲା। ସେହି ସମୟରେ ଆଖପାଖ ଦୁଇ ତିନିଟି ପଞ୍ଚାୟତ ଜଳମଗ୍ନ ହୋଇଥିଲା। ସେତେବେଳେ ଏହି ମାଇନର କେନାଲ ରାସ୍ତାରେ ସମସ୍ତେ ଯାତାୟାତ କରୁଥିଲେ। ମାତ୍ର ଘାଇ ମରାମତି ପରେ ପୁଣି ଏହି ରାସ୍ତା ଅଲୋଡ଼ା ହୋଇଗଲା ଏବଂ ବିଭାଗୀୟ ଅଧିକାରୀମାନଙ୍କ ନଜରରୁ ଏହି ମାଇନର ରାସ୍ତା ହଜିଗଲା। ଏନେଇ ପ୍ରାଚୀ ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାନ୍ତ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିବା ପରେ ସେ କହିଲେ ଯେ ବର୍ଷା ଦିନ ସରିବା ପରେପରେ ଏହି ରାସ୍ତାର ନବୀକରଣ କାମ ଆରମ୍ଭ କରାଯିବ।

Share Now:

Kalinga News Beuro

Next Post

ଆମେ ଭାରତକୁ ଉସୁକାଉନାହୁଁ, କେବଳ ଜବାବ ମାଗୁଛୁ : ଟ୍ରୁଡୋ

Tue Sep 19 , 2023
ଓଟାୱା : ଖାଲିସ୍ତାନ ସମର୍ଥକ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। କାନାଡା ତରଫରୁ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯିବା ପରେ ପରେ ଭାରତ ମଧ୍ୟ ଯେସାକୁ ତେସା ଜବାବ ଦେଇଛି। ଅନ୍ୟପକ୍ଷରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର କହିଛନ୍ତି ଯେ ଆମେ ଭାରତକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁନାହୁଁ, କିନ୍ତୁ ଓଟାୱା (କାନାଡାର ରାଜଧାନୀ) ଚାହୁଁଛି ଯେ […]
ଆମେ ଭାରତକୁ ଉସୁକାଉନାହୁଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial