ଅଚାନକ ନିଆଁ ଲାଗି ଜଳିଗଲା ୩୦ କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ

ଅଚାନକ ନିଆଁ ଲାଗି ଜଳିଗଲା ୩୦ କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ

କଲ୍ୟାଣସିଂହପୁର: ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖୁଦଭଟା ଗାଁରେ ଅଚାନକ ନିଆଁ ଲାଗି ୩୦ କୁଇଣ୍ଟାଲ ଧାନ ଜଳିଯାଇଥିବା ଖବର ମିଳିଛି। ଖୁଦଭଟା ଗାଁର ଲକ୍ଷ୍ମଣ କର୍ଷିକା ନିଜ ଜମିରେ ଧାନ ଅମଳ କରି ଖଳାରେ ଧାନ ମଡ଼ାଇ ରଖିଥିବା ବେଳେ ତାହା କୌଣସି କାରଣରୁ ଅଚାନକ ନିଆଁ ଲାଗି ଅମଳ କରିଥିବା ୩୦( ପ୍ୟାକେଟ) କୁଇଣ୍ଟାଲ ଧାନ ପୋଡୁଥିବା କିଛି ଲୋକ ଦେଖି ଲକ୍ଷ୍ମଣଙ୍କୁ କହିଥିଲେ। ଏହାଦେଖି ଗ୍ରାମବାସୀ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ଅଗ୍ନିଶମ ଗାଡ଼ି ଆସିବା ବେଳେ ଗାଁର କିଛି ଲୋକ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗି ଧାନ ପୋଡି ଯାଇଥିବାରୁ ଚାଷୀ କିପରି ପରିବାର ଭରଣ ପୋଷଣ କରିବି ବୋଲି ଲକ୍ଷ୍ମଣ କର୍ଷିକା ଚିନ୍ତାରେ ପଡ଼ିଛନ୍ତି। ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

ବିଡ଼ି ବନ୍ଧାଳିରୁ ଆମେରିକାର ବିଚାରପତି

Sun Jan 8 , 2023
ନୂଆଦିଲ୍ଲୀ: ବିଡ଼ି ତିଆରି ଓ ଗୃହ ସହାୟକ ଭାବେ କାର୍ଯ୍ୟ କରିବାର ଦିନ ସବୁ ତାଙ୍କୁ ଆମେରିକାରେ ଶିକ୍ଷା ଶେଷ କରି ସଫଳତା ହାସଲ କରିବାରେ ସହାୟକ ହୋଇଛି ବୋଲି ଅଳ୍ପ ଦିନ ତଳେ ଟେକ୍ସାସ୍‌ରେ ଜିଲ୍ଲା ଜଜ୍‌ ଭାବେ ନିଯୁକ୍ତି ପାଇଥିବା ୫୧ ବର୍ଷିୟ ‌ସୁରେନ୍ଦ୍ରନ୍‌ କେ. ପେଟଲ୍‌ କହିଛନ୍ତି। କେରଳର କାସରଗୋଡ଼ରେ ଜନ୍ମିତ ଓ ପାଳିତ ସୁରେନ୍ଦ୍ରନ୍‌ ଜୀବିକା ଅର୍ଜନ ନିମନ୍ତେ ପାଠ ପଢ଼ା ଶେଷ ନ […]
ବିଡ଼ି ତିଆରି କରୁଥିବା କେରଳୀ ଛାତ୍ର ଏବେ ଆମେରିକାରେ ବିଚାରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial