ମହାଳୟା ପିଣ୍ଡଦାନ ପାଇଁ ଚାଲିବ ସ୍ବତନ୍ତ୍ର ରେଳ : ସେପ୍ଟେମ୍ବର ୨୫ରେ ସିକନ୍ଦରାବାଦରୁ ବାହାରିବ ଟ୍ରେନ୍

ମହାଳୟା ପିଣ୍ଡଦାନ ପାଇଁ ଚାଲିବ ସ୍ବତନ୍ତ୍ର ରେଳ

ଭୁବନେଶ୍ୱର: ମହାଳୟା ସମୟରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ପାଇଁ ଇଣ୍ଡିଆନ୍ ରେଲୁୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ପକ୍ଷରୁ ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର କ୍ଷେତ୍ରୀୟ ପ୍ରବନ୍ଧକ ଡା. କ୍ରାନ୍ତି ପି. ସାବରକର ପ୍ରକାଶ କରିଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ତୀର୍ଥ ରେଳ ଯାତ୍ରୀ ଯାତ୍ରା କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ସିକନ୍ଦରାବାଦରୁ ବାହାରି ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଭଦ୍ରକ, ବାଲେଶ୍ବର ଦେଇ ବାରାଣସୀ ଗସ୍ତ କରିବ। ଏହି ଟ୍ରେନ୍ ବାରାଣସୀ, ପ୍ରୟାଗରାଜ ଓ ଗୟା ଯିବ। ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଉଭୟ ଏସି ଓ ନନ୍ ଏସି ପ୍ୟାକେଜ କରାଯାଇଛି। ନନ୍ ଏସି ପା‌ଇଁ ୬ ହଜାର ୬୨୦ ଟଙ୍କା ଓ ଏସି ପାଇଁ ୧୧ହଜାର ୩୦ ଟଙ୍କା ମୂଲ୍ୟ ରଖାଯାଇଛି। ଏଇ ଟଙ୍କାରେ ସେମାନଙ୍କର ରେଳଯାତ୍ରାଠାରୁ ଆରମ୍ଭ କରି ସେଠାରେ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁମାନେ ଏହି ଯାତ୍ରା କରିବାକୁ ଚାହୁଁଛନ୍ତି, ସେମାନେ ଅନଲାଇନ୍ କିମ୍ବା ରେଳ‌ ଷ୍ଟସନରେ ଟିକଟ ବୁକିଂ କରିପାରିବେ।

Share Now:

Kalinga News Beuro

Next Post

ତାଲିବାନ ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକ: ୨୧ ଆତଙ୍କବାଦୀ ନିହତ

Sat Jul 31 , 2021
କାବୁଲ: ଶୁକ୍ରବାର ରାତିରେ ଆଫଗାନିସ୍ତାନ ସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଫଗାନିସ୍ତାନର ଉତ୍ତର ଜାୱାଜାନରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯିବାରୁ ୨୧ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସେନାର ମୁଖପାତ୍ର ମହମ୍ମଦ ହନିଫ ରେଜାଇ ଏହି ସୂଚନା ଦେଇଛନ୍ତି। ସେନା ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ମୁରଗାବ, ହାସନ୍ତାବିନ୍, ଆଟମା ଏବଂ ନିକଟବର୍ତ୍ତୀ ଗ୍ରାମରେ ତାଲିବାନ ଆତଙ୍କବାଦୀଙ୍କୁ ଟାର୍ଗେଟ […]
ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial