ଚାନ୍ଦବାଲିରେ ଅଭାବନୀୟ ଘଟଣା: ରାସ୍ତା ଖରାପ ପାଇଁ ଗଲା ନାହିଁ ଆମ୍ବୁଲାନ୍ସ ଖଟିଆରେ ବୁହାହେଲେ ରୋଗୀ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଗାଁକୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯିବାକୁ ମନା କରିଥିବା ବେଳେ ଅଧାବାଟରେ ଓହ୍ଲାଇ ଦେଇଥିଲା କାର। ଫଳରେ ପରିବାରର ସମ୍ପର୍କୀୟମାନେ ଖଟିଆରେ ବୋହି ନେଲେ ରୋଗୀକୁ। ଦୀର୍ଘ ଦେଢ଼ କିମି ରାସ୍ତାରେ ଯିବା ପାଇଁ ହାତରେ ମୋବାଇଲ ଲାଇଟ୍ ଥିଲା ଭରସା। ରାସ୍ତାରେ ବଡ଼ବଡ଼ ଖାଲ ସାଙ୍ଗକୁ ବିପଦପୂର୍ଣ୍ଣ ଅବସ୍ଥା। ଘରୋଇ ଗାଡ଼ି ଗାଁ ଭିତରକୁ ପ୍ରବେଶ କରିବାକୁ ମନା କରିଦେବାରୁ ରୋଗୀଙ୍କ ସମ୍ପର୍କୀୟମାନେ ବାଧ୍ୟହୋଇ ରୋଗୀକୁ ଖଟିଆରେ ବୋହି ନେଇଥିଲେ। ଚାନ୍ଦବାଲି ବ୍ଲକ ନଳଗୋହୀରା ପଞ୍ଚାୟତ ବିଲ ନୂଆଗାଁର ୰ ନବଘନ ରାଉତଙ୍କ ପତ୍ନୀ ଶାନ୍ତଲତା ରାଉତ ପକ୍ଷାଘାତରେ ଆକ୍ରାନ୍ତ ହୋଇ ମେଡିକାଲକୁ ଯାଇଥିବା ବେଳେ ଡାକ୍ତର ଘରକୁ ପଠାଇ ଦେଇଥିଲେ। ପରିବାର ଲୋକେ ଆମ୍ବୁଲାନ୍ସକୁ ଡକାଇଥିଲେ, ମାତ୍ର ଗାଁ ରାସ୍ତା ଭଲ ନ ଥିବାରୁ ଯିବାକୁ ଆମ୍ବୁଲାନ୍ସ ଚାଳକ ମନା କରିଦେଇଥିଲେ। ଫଳରେ ପରିବାର ଲୋକେ ଘରୋଇ ଗାଡ଼ିକୁ ଡ଼କାଇ ଆଣିଥିଲେ । ହେଲେ ଗାଁ ମୁଣ୍ଡ ରାସ୍ତାର ଅଧାବାଟରେ ଗାଡ଼ି ଆଉ ଗାଁ ଭିତରକୁ ଯାଇପାରି ନଥିଲା। ଫଳରେ ପରିବାର ଲୋକେ ଖଟିଆରେ ବୋହି ନେଇଥିଲେ। ରୋଗୀଙ୍କୁ ବୋହି ନେଉଥିବା ବେଳେ ସମ୍ପର୍କୀୟମାନେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।

Share Now:

Kalinga News Beuro

Next Post

ବଡ଼ରୁପାରେ ରକ୍ତଦାନ ଶିବିର :୨୭ ୟୁନିଟ ରକ୍ତ ସଂଗ୍ରହ

Fri Jul 10 , 2020
ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଳଗୋହିରା ପଂଚାୟତର ବଡ଼ରୁପା ମହାଦେବ ଯୁବ ସଂଗଠନ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବଡ଼ରୁପା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମୁଖ୍ୟ ଅତିଥି ଭାବେ ନାଳଗୋହିରା ସରପଂଚ ଆଶୁତୋଷ ଭୋଇ ଓ ସମାଜସେବୀ କାହୁଁ ଚରଣ ପରିଡା ଉଦଘାଟନ କରିଥିଲେ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅଧିକ ରକ୍ତର ଆବଶ୍ୟକତା ଥିବା ଦୃଷ୍ଟିରୁ ଯୁବ ଗୋଷ୍ଠୀ ଅଧିକ ମାତ୍ରାରେ ସ୍ବେଚ୍ଛାକୃତ ଭାବେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial