ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଳଗୋହିରା ପଂଚାୟତର ବଡ଼ରୁପା ମହାଦେବ ଯୁବ ସଂଗଠନ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବଡ଼ରୁପା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମୁଖ୍ୟ ଅତିଥି ଭାବେ ନାଳଗୋହିରା ସରପଂଚ ଆଶୁତୋଷ ଭୋଇ ଓ ସମାଜସେବୀ କାହୁଁ ଚରଣ ପରିଡା ଉଦଘାଟନ କରିଥିଲେ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅଧିକ ରକ୍ତର ଆବଶ୍ୟକତା ଥିବା ଦୃଷ୍ଟିରୁ ଯୁବ ଗୋଷ୍ଠୀ ଅଧିକ ମାତ୍ରାରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଅତିଥିମାନେ ସମ୍ୟକ ସଂଭାଷଣରେ ଅନୁରୋଧ କରିଥିଲେ। ଭଦ୍ରକ ବ୍ଲଡ଼ ବ୍ୟାଙ୍କ ତରଫରୁ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସନ୍ତୋଷ ପାତ୍ର, ତାରାକାନ୍ତ ନାୟକ, ବିଶ୍ୱରଂଜନ ପାତ୍ର, ବିନୋଦ ସାହୁ,ପ୍ରଭାତ ରାଉତ, ସନ୍ତୋଷ ଧଳ, ମାନସ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ସଫଳତାର ସହ ପରିଚାଳନା କରିଥିଲେ।
ବଡ଼ରୁପାରେ ରକ୍ତଦାନ ଶିବିର :୨୭ ୟୁନିଟ ରକ୍ତ ସଂଗ୍ରହ
Share Now: