କଳିଙ୍ଗ ଆୟୁର ହେଲଥ କେୟାରରେ ନିଃଶୁଳ୍କ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା

swarnaprasanna at kalinga ayur health care

ଭୁବନେଶ୍ୱର : ଆଜି ବମିଖାଲ ସ୍ଥିତ କଳିଙ୍ଗ ଆୟୁର ହେଲଥ କେୟାରରେ ସୁନାମଧନ୍ୟ ଔଷଧ କମ୍ପାନୀ ଡାବର ଓ ରୋଟାରି କ୍ଲବ ଅଫ ସ୍ମାର୍ଟ ସିଟି ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୋଟାରିଆନ ଡିଜିଏନ ଯଜ୍ଞଶୀଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପିଲାମାନଙ୍କୁ ସ୍ବର୍ଣ୍ଣପ୍ରାଶନ କରାଇଥିଲେ। ସେ କହିଥିଲେ ଯେ ଆୟୁର୍ବେଦ ହେଉଛି ଭାରତୀୟ ଉପମହାଦେଶରେ ବୈଦିକ ସଭ୍ୟତାର ଆରମ୍ଭରୁ ଆୟୁର୍ବେଦ ସମସ୍ତ ମାନବୀୟ ରୋଗ ନିବାରଣର ମୂଳ ଥିଲା। କିନ୍ତୁ ସମୟକ୍ରମେ ଆମେ ସେଥିରୁ ଦୂରରୁ ଦୁରକୁ ଚାଲିଗଲୁ ,ଯାହାର ଫଳ ସ୍ୱରୂପ ଆଜିକାଲି ଆମେ ଅନେକ ଦୁରାରୋଗ୍ୟ ବ୍ୟାଧିରେ ପଡୁଛେ ଓ ଖର୍ଚ୍ଚାନ୍ତ ହେଉଛେ। କିନ୍ତୁ ଆୟୁର୍ବେଦୀୟ ଔଷଧ କମ ଖର୍ଚ୍ଚରେ ମିଳିବା ସହିତ ଅନେକ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇ ପାରିବା।

ଏହି ଶିଶୁ ସ୍ୱାସ୍ଥ୍ୟ ଶିବିରରେ ଆଜି ୩୫ରୁ ଉର୍ଦ୍ଧ୍ବ ଶିଶୁ ଯୋଗଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ସ୍ବର୍ଣ୍ଣପ୍ରାଶନର ଲାଭ ନେଇଥିଲେ। ଏହି ଶିବିରରେ ରୋଟାରି କ୍ଲବ ସ୍ମାର୍ଟ ସିଟି ଭୁବନେଶ୍ୱରର ସଭାପତି ଜ୍ୟୋତିଭୂଷଣ ମହାପାତ୍ର , କ୍ଲବ ଉପଦେଷ୍ଟା ରୋଟାରୀଆନ ଅନିଲ ଶାହା, କ୍ଲବ ଉପସଭାପତି ସୁନୀଲ କୁମାର ଦେ, ଡାକ୍ତର କାନନବାଳା ମହାନ୍ତି ,ଡାବର ପକ୍ଷରୁ ଦିଲ୍ଲୀପ ବାବୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Share Now:

Kalinga News Beuro

Next Post

ମଲ୍ଲିକାର୍ଜୁନ ଖଡ୍‌ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ

Wed Oct 19 , 2022
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ହୋଇଥିବା ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଛନ୍ତି। ଏହି ନିର୍ବାଚନରେ ପରାସ୍ତ ହୋଇଥିବା ତାଙ୍କ ପ୍ରତିଦ୍ବନ୍ଦୀ ଶଶୀ ଥରୁର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ଶଶୀ ଲେଖିଛନ୍ତି-ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ‌ ହେବା ବଡ଼ ସମ୍ମାନ ଓ ଗୁରୁ ଦାୟିତ୍ବ କଥା। ସେ କାର୍ଯ୍ୟ ତୁଲାଇବାରେ ଖ‌ଡ଼ଗେ ସଫଳ ହୁଅନ୍ତୁ। ହଜାରରୁ ଊର୍ଦ୍ଧ୍ବ ସହକର୍ମୀଙ୍କ ସମର୍ଥନ ପାଇଥିବାରୁ […]
ମଲ୍ଲିକାର୍ଜୁନ ଖଡ୍‌ଗେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial