ଯାଜପୁର ଜିଲ୍ଲାରେ ହାତୀ ଆତଙ୍କ : ଶୌଚ ପାଇଁ ଯିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ହାତୀ

ଯାଜପୁର: ଯାଜପୁର ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି। ଗତ ଦୁଇଦିନରେ ହାତୀ ନେଲାଣି ଦୁଇଟି ଜୀବନ। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉପେନ୍ଦ୍ର କର (୫୫)। ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ବ୍ଲକ ଅଧୀନ ତଣ୍ଡରା ଗାଁର ଉପେନ୍ଦ୍ର କର ଆଜି ସକାଳେ ଶୌଚ ପାଇଁ ପଡ଼ିଆକୁ ଆଜି ସକାଳେ ଯାଇଥିବା ବେଳେ ହାତୀ ତାଙ୍କୁ ଦଳିଦେଇଥିଲା। ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ। ଏଣେ ଗାଁରେ ବନଅଧିକାରୀ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି।

Share Now:

Kalinga News Beuro

Next Post

ବିଲ୍‌କିସ୍‌ ବାନୋ ମାମଲା : ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ୩ ଦୋଷୀ

Thu Jan 18 , 2024
ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ରଦ୍ଦ କରି ଦେଇଥିଲେ। ଏବେ ବିଲକିସ୍ ବାନୋ ମାମଲାରେ ତିନିଜଣ ଦୋଷୀ ସୁପ୍ରିମକୋର୍ଟରେ ସେମାନଙ୍କ ଆତ୍ମସମର୍ପଣ ସମୟସୀମାକୁ ୪ ସପ୍ତାହରୁ ୬ ସପ୍ତାହକୁ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial