ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ

ମିଳିଲାନି ରୁମ୍‌ ଚାବି, ପ୍ଲାଷ୍ଟିକ ଚେୟାରରେ ବସି ହସ୍ପିଟାଲର ଦୁରାବସ୍ଥା ଦେଖି ଫେରିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କ୍ୟାପିଟାଲ ହସ୍ପିଟାଲକୁ ନିଜର ଦାନ୍ତ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ତାଙ୍କର ସ୍ୱତନ୍ତ୍ର ଡାକ୍ତର ଦିଲ୍ଲୀ ଗସ୍ତରେ ଥିବାରୁ ହସ୍ପିଟାଲରୁ ଫେରି ଯାଇଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ସେବା ମିଳି ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ଦିନ ସାଢ଼େ ୯ଟାରେ ମୁଖ୍ୟମନ୍ତ୍ରୀ ନିଜର ଦାନ୍ତ ଚିିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ୍‌ର ଶିଡ଼ି ଚଢ଼ି ପ୍ରଥମ ମହଲାକୁ ଯାଇଥିଲେ। ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ପେସାଲ ଅସ୍ତ୍ରୋପଚାର ଗୃହ ସେତେବେଳକୁ ତାଲା ପଡ଼ିଥିଲା। ହସ୍ପିଟାଲର ଜଣେ ଆଟେଣ୍ଡାଣ୍ଟ ରୁମ୍‌ର ଚାବି ଖୋଲିବାକୁ ଚେଷ୍ଟା କରିଥିଲେ ହେଁ ଚାବି ମିଳି ନ ଥିଲା। ଆଟେଣ୍ଡାଣ୍ଟଜଣକ ଏଥିରେ ଭୟଭୀତ ହୋଇ ପଡ଼ିଥିଲେ। ମାତ୍ର ଦାନ୍ତ ବିଭାଗରେ ଏହି ରୁମ୍‌ର ଚାବି ଥିବାରୁ ଆଟେଣ୍ଡାଣ୍ଟଜଣକ ସେଠାକୁ ଯାଇ ଚାବି ଆଣି ରୁମ୍‌ ଖୋଲିଥିଲେ। ରୁମ୍‌ ଖୋଲିବା ପରେ ଅବ୍ୟବସ୍ଥା ଜଳ ଜଳ ହୋଇ ଦିଶିଥିଲା। ରୁମ୍‌ ଭିତରେ ଥିବା ଚେୟାରରେ ମୋଟା ଆସ୍ତରଣର ଧୂଳି ଜମିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଏଥିପାଇଁ ତଉଲିଆ ଖୋଜିଥିଲେ। ତାହା ମଧ୍ୟ ମିଳି ନ ଥିଲା। ତେଣୁ ବାଧ୍ୟ ହୋଇ ପାଖରେ ଥିବା ଏକ ପ୍ଲାଷ୍ଟିକ୍‌ ଚେୟାରରେ ବସିଥିଲେ। ତେବେ ତାଙ୍କ ଦାନ୍ତ ଡାକ୍ତର ଦିଲ୍ଲୀ ଯାଇଥିବା ଜାଣିବା ପରେ ସେ ହସ୍ପିଟାଲରୁ ଚାଲି ଯାଇଥିଲେ। ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲକୁ ଆସିବା ଖବର ହସ୍ପିଟାଲ କର୍ତୃପକ୍ଷଙ୍କୁ ଦିଆଯାଇଥିଲେ ହେଁ ଏଭଳି ଅବ୍ୟବସ୍ଥାକୁ ନେଇ ଚର୍ଚା ଜୋର ଧରିଛି। ସ୍ୱଚ୍ଛତା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିକଟରେ ‘କାୟାକଳ୍ପ’ ପୁରସ୍କାର ମିଳିଛି। ମାତ୍ର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍‌କୁ ଠିକ୍‌ରେ ସଫା ମଧ୍ୟ କରାଯାଉ ନାହିଁ।

Share Now:

Kalinga News Beuro

Leave a Reply

Next Post

ନର୍ଦ୍ଦମା ପାଣିରେ ଉବୁଟୁବୁ ବରମୁଣ୍ଡା ବ୍ରିଜ ତଳ:ଲୋକେ ହନ୍ତସନ୍ତ

Sun Apr 22 , 2018
ଖଣ୍ଡଗିରି: ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଲହଡ଼ି ମାରୁଛି ନର୍ଦ୍ଦମାର ପଚା ପାଣି। ବସ୍‌ଷ୍ଟାଣ୍ଡ କଡ଼େ କଡ଼େ ଯାଇଥିବା ଡ୍ରେନ୍‌ ଜାମ୍‌ ହୋଇ ଯାଇଥିବାରୁ ଉଦ୍‌ବୃତ୍ତ ଜଳ ରାସ୍ତ୍‍ା ଉପରେ କୃତ୍ରିମ ବନ୍ୟା ସୃଷ୍ଟି କରିଛି। ଗନ୍ଧରେ ନାକ ଫାଟି ପଡ଼ୁଥିବାବେଳେ ଚାଲି ଚାଲି ଯିବା ପାଇିଁ ବି ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଗୋଟିଏ ସପ୍ତାହ ହେଲା ଏମିତି ଅବସ୍ଥା ଲାଗି ରହିଥିଲେ ବି ବିଏମ୍‌ସି କର୍ତୃପକ୍ଷଙ୍କ ନିଘା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial